ଓଡିଆ ନ୍ୟୁଜ (ବ୍ୟୁରୋ) : ଅନାସ୍ଥା ପ୍ରସ୍ତାବକୁ ନେଇ ହୁଲୁସଦୁଲ ଗୃହ । ସ୍ତ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ପ୍ରଶ୍ନ କରିଛି କାର୍ୟ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି । ଗୃହରେ ଅମିତ ଶାହା ଓ ପ୍ରହଲ୍ଲାଦ ଜୋଷୀ ପ୍ରତିବାଦ ଜଣାଇଛନ୍ତି । ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇ କୁହାଯାଇଥିଲା । ଶେଷରେ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଗୋଗୋଇ କହିଥିବାରୁ ବିଜେପି ଏହାକୁ ଥଟ୍ଟା କରିଛି । ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ନୋଟିସ ଆଣିଲଥିଲେ।
ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ। ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଫଳ ହେବ। କିନ୍ତୁ ବିରୋଧୀ ସଦସ୍ୟମାଂନେ ଦାବି କରିଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ପକାଇ ଏହି ଲଢ଼େଇରେ ଜିତିପାରିବେ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି।
ଚର୍ଚ୍ଚା ଆରମ୍ଭ ହେବାପରେ ଅନାସ୍ଥା ପ୍ରସ୍ତାବ ନେଇ ଗୌରବ ଗୋଗୋଇ ବିବୃତିରେ , ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ବୋଲି ପ୍ରଶ୍ନ କଲେ । ମଣିପୁର ପ୍ରସଙ୍ଗରେ କହିବାକୁ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ୮୦ ଦିନ ଲାଗିଗଲା । ୮୦ଦିନ ପରେ ମାତ୍ର ୩୦ସେକେଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ପର୍ୟ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଗଲାନି । ବିଜେପିର ଏଭଳ ରାଜନୀତି ପାଇଁ ମଣିପୁର ଆଜି ଦୁଇ ଭାଗ । ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ । ରାଜଧର୍ମ ପାଳନ କରନ୍ତୁ ପ୍ରଧାନମନ୍ତ୍ରୀ । ଉତ୍ତର ପୂର୍ବାଞ୍ଚଳରେ ସରକାର ନୁହେଁ ଶାନ୍ତି ଜରୁରୀ । ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ବଦନାମ କରୁଛନ୍ତି ବୋଲି କହିଛନ୍ତି। ମଣିପୁରରେ ଆଜି ବି ଇଣ୍ଟରନେଟ ନାହିଁ, ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି । ଭିଡ଼ିଓ ଭାଇରାଲ ହୋଇନଥିଲେ ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ରହିଥାନ୍ତେ । ରାଜ୍ୟ ସରକାରଙ୍କ ଛବି ଖରାପ ନହେଉ ସେଥିପାଇଁ ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ଗୃହବିଭାଗ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବିଫଳ ହୋଇଛନ୍ତି । ମଣିପୁରବାସୀ ଆସି ନ୍ୟାୟ ମାଗୁଛନ୍ତି । ଆସାମ ରାଇଫଲ୍ସକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଉଛି। ମଣିପୁରର ପୋଲିସ ଆସାମ ରାଇଫଲ୍ସ ଉପରେ ପ୍ରଶ୍ନ ଉଠାଉଛନ୍ତି । କେନ୍ଦ୍ର ଓ ମଣିପୁର ସରକାର କାର୍ୟ୍ୟରେ ସନ୍ତୁଷ୍ଟ ନହୋଇ ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି । ନିର୍ବାଚନରେ ଏକ ଉଗ୍ରବାଦୀ ଗ୍ରୁପର ସହାୟତା ନେଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି । ମୌନ ରହିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଜନତାଙ୍କ ସାମ୍ନାରେ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି ମୋଦୀ । ଭାରତ ପାଇ ପଦକ ଆଣିଥିବା ମହିଳା କୁସ୍ତିଯୋଦ୍ଧା ଯେତେବେଳେ ସଡକରେ ବିରୋଧ କରୁଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ । କୃଷି ଆନ୍ଦୋଳନରେ ୭୫୦ ଚାଷୀ ଭାଇଙ୍କ ଜୀବନ ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ ଥିଲେ । ଦିଲ୍ଲୀରେ ହିଂସା ବେଳେ ବି ପ୍ରଧାନମନ୍ତ୍ରୀ ମୌନ ଥିଲେ । ଅଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀ ମୌନ ଥିଲେ ବୋଲି ସେ କହିଛନ୍ତି।