ଦୁର୍ଘଟଣାରେ ଗଲା କଲରାପତରିଆ ବାଘର ଜୀବନ, ଡରରେ ପାଖକୁ ଗଲେନି ବନକର୍ମଚାରୀ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମଣିଷ ପାଇଁ ଆଜି ବିପଦରେ ବନ୍ୟଜନ୍ତୁ । କେବେ ଶିକାରୀ ଗୁଳିରେ ଟଳିପଡୁଛନ୍ତି ନିରିହ ପ୍ରାଣୀ ତ ପୁଣି ଦୁର୍ଘଟଣାରେ ଯାଉଛି ଜୀବନ । ଆଜି ଏକ ଦୁôଖଦ ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରିଯାନ ଧକ୍କାରେ ବାଘଟି ଗୁରୁତର ହୋଇ ଛଟପଟ ହେଉଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଓ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା, କେଉଁ ଗାଡ଼ି ଧକ୍କାରେ ତାଦର ଜୀବନ ଗଲା ତାହାର ତଦନ୍ତ କରୁଛି ବନ ବିଭାଗ। ଆଜି ଭଞ୍ଜନଗର ନର୍ସରୀରେ ମୃତ ବାଘଟିର ବ୍ୟବଚ୍ଛେଦ ହେବା ପରେ ସେଠାରେ ହିଁ ତାକୁ ପୋତି ଦିଆଯିବ । ଏନେଇ ଉପରିସ୍ଥ ଅଧିକାରୀଙ୍କ କୌଣସି ମତାମତ ମିଳି ପାରିନି।

ଅନ୍ୟପଟେ ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ । ଏ ନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି ।

Leave A Reply

Your email address will not be published.