ବାଦ ବିବାଦର ଅନ୍ତ, ଆଜି ହେବ ଶ୍ରୀଜିଉଙ୍କ ବନକଲାଗି

0

ଓଡିଆ ନ୍ୟୁଜ (ବ୍ୟୁରୋ) : ସବୁ ପ୍ରତୀକ୍ଷାର ଅବସାନ ଘଟିଛି । ବହୂୁ ବାଦବିବାଦ ପରେ ଆଜି ଶ୍ରୀଜିଉଙ୍କ ବନକଲାଗି ହେବ । ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶ୍ରିଙ୍ଗାର କରାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ପାଇଁ ଦିନ ବାରକୁ ନେଇ ଦତ୍ତ ମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟରେ ବିବାଦ କରାଣରୁ ଗତ ନିଳାଦ୍ରୀ ବିଜେପରଠାରୁ ଆଉ ଠାକୁରମାନଙ୍କ ବନକଲାଗି ନୀତି ହୋଇନାହିଁ। ଫଳରେ ମହାପ୍ରଭୁଙ୍କ ମଳିନ ମୁଖ ଦର୍ଶନ କରି ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ।
ଦତ୍ତ ମହାପାତ୍ର ସେବକ ବୁଧବାର ବନକଲାଗି କରିବାକୁ ଚାହୁଁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର କରିବାକୁ କହିବାରୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ୪୦ଦିନ ହେଲା ବନକ ଲାଗି ହୋଇପାରି ନଥିଲା। ପରେ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସର ଅନୁଧ୍ୟାନ କରାଯାଇଥିଲା।
ଗତ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବୁଧବାର ବନକଲାଗି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଯଦି ଗୁରୁବାର ଦରକାର ପଡ଼େ ତାହାଲେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା। ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟସରକାରଙ୍କୁ ସୁପାରିଶ କରିଛି । ଏହାରି ଭିତରେ ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ ବୋଲି ହାଇକୋର୍ଟରେ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

Leave A Reply

Your email address will not be published.