ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି : ପ୍ରଧାନମନ୍ତ୍ରୀ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ଆଜିର ଦିନରେ ବ୍ରିଟିସ୍‌ ସରକାର ବିରୋଧରେ ଜାତିର ପିତା ମହାତ୍ମା ଗାନ୍ଧୀ ‘ଭାରତ ଛାଡ଼’ ଡାକରା ଦେଇଥିଲେ । ଏହି ଦବସରେ ସାରା ଦେଶ ସଂଗ୍ରମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମ୍ପ୍ରତି ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି।

ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘ଭାରତ ଛାଡ଼ ଆନ୍ଦୋଳନଦରେ ଭାଗ ନେଇଥିବା ମହାପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଔପନିବେଶୀୟ ଶାସନରୁ ଭାରତକୁ ମୁକ୍ତ କରିବାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଉପରୋକ୍ତ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ‘ବିଜେପିଦ ବିରୋଧରେ କାର୍ୟ୍ୟକ୍ରମ ଚଳାଇଥିବା କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳମାନଙ୍କୁ ବି ସମାଲୋଚନା କରିଛନ୍ତି।

ସେ ଲେଖିଛନ୍ତି, ଆଜି, ଭାରତବାସୀ ଏକସ୍ବରରେ କହୁଛନ୍ତି: ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼, ତୁଷ୍ଟୀକରଣ ଭାରତ ଛାଡ଼। ସୂଚନାଯୋଗ୍ୟ, ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କୁ ଦୋଷ ଦେଇ ଆସୁଛନ୍ତି। ତେଣୁ, ସେମାନଙ୍କୁ ପରିତ୍ୟାଗ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.