ପିସିସି ପକ୍ଷରୁ କ୍ରାନ୍ତି ଦିବସ ପାଳିତ, ମହାମନିଷିମାନଙ୍କ ପ୍ରତିମୂର୍ତିରେ ନେତୃବୃନ୍ଦ ଅର୍ପଣ କଲେ ପୁଷ୍ପମାଲ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ପବିତ୍ର କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ନେତୃବୃନ୍ଦ
କଳ୍ପନା ଛକ ରାଜ୍ୟ ସଂଗ୍ରହାଳୟ ସମ୍ମୁଖସ୍ଥ ସହିଦ୍ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ପରିସରରେ ଥିବା ମହାମନିଷି ମାନଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଡଃ ରାମଚନ୍ଦ୍ର ଖୁଂଟିଆ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଭୁଜବଳ ମାଝୀ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ହଳଧର ସେଠୀ, ମାନସ ଆଚାର୍ଯ୍ୟ, ନରୋତମ ନାୟକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ଅଜୟ ସାହୁ, ଖଗେଶ୍ୱର ମଲ୍ଲିକ, ପ୍ରଣତି ମିଶ୍ର, ପ୍ରଭାତ ପ୍ରତାପ ସିଂ, ତାପସ ସେଠୀ, ନିରଦ ବରଣ ଖୁଂଟିଆ,ସୁଶାନ୍ତ ତ୍ରିପାଠୀ, ବେଣୁଧର ପାତ୍ର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ପ୍ରସନ୍ନ ପାଇକରାୟ, ବାସନ୍ତୀ ସାମଲ, ନିଳକଣ୍ଠ ମିଶ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.