ନୂଆଦିଲ୍ଲୀ(ଆମ ଟିଭି): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ୪ର୍ଥ ଦିନିକିଆ । କର ବା ମର ସ୍ଥିତିରେ ଭାରତ । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି । ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍ରେ ୨୦୧୦ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ପୁରୁଷ ଓ ମହିଳା ବର୍ଗରେ ମୋଟ ୧୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଏଠାରେ ଆୟୋଜିତ ହୋଇଛି । ସେଥିମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଏହି ଷ୍ଟାଡିୟମ୍ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବିଜୟୀ ହୋଇଛି । ଏହି ଷ୍ଟାଡିୟମ୍ରେ ସର୍ବାଧିକ ସ୍କୋର ୨୪୫/୬ ୱେଷ୍ଟଇଣ୍ଡିଜ୍ ନାମରେ ରହିଛି । ୨୦୧୬ରେ ଭାରତ ବିପକ୍ଷରେ ଏହି ସ୍କୋର ହୋଇଥିଲା । ଶନିବାରର ଚତୁର୍ଥ ମ୍ୟାଚ୍ ପାଇଁ ତିଳକ ବର୍ମା ଓ ସୂର୍ୟ୍ୟକୁମାର ଯାଦବଙ୍କ ଉପରେ ଅଧିକ ନଜର ରହିବ । ଦଳର ଚତୁର୍ଥ ସ୍ଥାନ ପାଇଁ ତିଳକ ବଡ଼ ଦାବିଦାର ସାବ୍ୟସ୍ତ ହୋଇଛନ୍ତି ।