ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ଗଦ୍ଦର-୨ ଫିଲ୍ମ

0

ନୂଆଦିଲ୍ଲୀ(ଆମ ଟିଭି): ବଲିଉଡ ଫିଲ୍ମ ଗଦ୍ଦର-୨କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ଗଦ୍ଦର-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ଏନେଇ ନିଜେ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ ମଚାଉଚି ।

ସମସ୍ତେ ତାରା ସିଂହ ଏବଂ ସକିନାଙ୍କ କଥା କହୁଥିବାବେଳେ, ଫିଲ୍ମରେ ତାରା ସିଂହଙ୍କ ଚରିତ୍ର ନିଭେଇଥିବା ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଦର୍ଶକଙ୍କ ହୃଦୟ ଜିତିଛି । ତେବେ ଏହାରି ଭିତରେ ଖୋଦ୍ ଦେଶର ମହାମହିମ ରାଷ୍ଟ୍ରପତି ଏହି ଫିଲ୍ମକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିବା, ଏହି ଫିଲ୍ମର କ୍ରେଜକୁ ଆହୁରି ଅଧିକ ବଢାଇ ଦେଇଛି ।

Leave A Reply

Your email address will not be published.