ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୬୭ଜଣଙ୍କ ଗଲାଣି ଜୀବନ

0

ନୂଆଦିଲ୍ଲୀ(ଆମ ଟିଭି): ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ଅଗ୍ନି । ଏହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି । ନିଆଁରେ ହଜାରେରୁ ଅଧିକ ବିଲ୍ଡିଂ ଜଳି ଯାଇଛି । ଘର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି ।

ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହେଲିକପ୍ଟର ଯୋଗେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.