ନୂଆଦିଲ୍ଲୀ(ଆମ ଟିଭି): ରାଜଧାନୀରେ ବିଦ୍ୟାଳୟ ଗୁଡ଼ିକରେ ଲାଗୁ ହେଲା ନୂଆ ନିୟମ । ଏଣିକି ଦିଲ୍ଲୀ ବିଦ୍ୟାଳୟକୁ ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ସ୍ମାଟ ଫୋନ ନେଇ କି ଆସୁଛନ୍ତି ଏବେ ସେମାନଙ୍କୁ ବାରଣ କରାଯିବ । କାରଣ ଦିଲ୍ଲୀ ଶିକ୍ଷା ବିଭାଗ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶନାମାରେ କୁହାଯାଇଛି — ଆଜିର ଦିନରେ ମୋବାଇଲ ବ୍ୟବହାର ସବୁଠୁ ଅଧିକ ହେଉଛି । ସବୁବର୍ଗ ଏହାକୁ ମାତ୍ରାଧିକ ବ୍ୟବହାର କରୁଛନ୍ତି । ଏହାର ଯେତିକି ସକରାତ୍ମକ ପ୍ରଭାବ ରହିଛି ତାଠୁ ଅଧିକ ନକରାତ୍ମକ ପ୍ରଭାବ ପଡୁଛି । ଅଧିକ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଅବସାଦ, ଚିନ୍ତା, ଅନିଦ୍ରା, ଆଳସ୍ୟପଣ, ଦୃଷ୍ଟିଶକ୍ତି ଖରାପ ଆଦି ସମସ୍ୟା ସୃଷ୍ଟି ହେଉଛି । ଏଥିସହ ଶିଖିବା କଳାକୌଶଳ କମ ହେବାରେ ଲାଗିଛି । ସ୍ମାଟ୍ ଫୋନର ହିଂସାତ୍ମକ ଭିଡିଓ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ହାନିକାରକ ଅଟେ ।