ନିଜକୁ ଗୁଳି ମାରି ଜୀବନ ହାରିଲେ ସିଆରପିଏଫ ଯବାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିଜକୁ ଗୁଳି ମାରି ଜୀବନ ହାରିଲେ ଭାରତୀୟ ଯବାନ୍ । ଶୁକ୍ରବାର ବିଳମ୍ବିତ ରାତ୍ରରେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଏକ ଚେକ୍‌ ପଏଣ୍ଟ୍‌ରେ ପହରା ଦେଉଥିବା ଜଣେ ‘ସିଆର୍‌ପିଏଫ୍‌’ ଯବାନ ନିଜକୁ ଗୁଳି ମାରି ଜୀବନ ହରାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଅଜୟ କୁମାର ନାମକ ଉକ୍ତ ‘ସିଆର୍‌ପିଏଫ୍‌’ ଯବାନ ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୁରର ସୈଲ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିଲେ। ଯବାନଜଣକ ବିଷାଦଗ୍ରସ୍ତ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗଣମାଧ୍ୟମ ‘ଟାଇମ୍‌ସ୍‌ ନାଓଁ’କୁ ସେନାର ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୧.୫୫ରେ ସୈଲ୍‌ ଚେର୍‌ସୂ ନିକଟରେ ଗୁଳି ଫୁଟିବା ଶବ୍ଦ ଶୁଭିଲା। ଘଟଣା କ’ଣ ବୁଝାବୁଝି କରିବା ପରେ ଦେଖାଗଲା, ‘ଏଫ୍‌୧୧୨ବିଏନ୍‌ ସିଆର୍‌ପିଏଫ୍‌’ର ଯବାନ୍‌ ‘ସିଟି’/ସିପାହି ଅଜୟକୁମାର ରକ୍ତ ଜୁଡୁବୁଡୁ ହୋଇ ମରିପଡ଼ିଛନ୍ତି।

Leave A Reply

Your email address will not be published.