ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦିନକୁ ଦିନ ଅସୁରକ୍ଷିତ ହେଉଛି ରାଜଧାନୀ ଭୁବନେଶ୍ୱର । ବିଗୁଡୁଛି ଆଇନ ଶୃଙ୍ଖଳା । ରାଜଧାନୀ ଉପକକଣ୍ଠରେ ଦନ ଦିପ୍ରହରେ ଦୁର୍ବୁତ୍ତ ଭିଆଉଛନ୍ତି ଉନ୍ମୁକ୍ତ କାଣ୍ଡ । ଏଥିପାଇଁ ସାଧାରଣ ଲେଶକେ ନିଜକୁ ଅସୁରକ୍ଷିତ ମାନେ କରୁଛନ୍ତି । ଆଜି ରାଜଧାନୀର ଛାତି ଉପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦିନ ଦ୍ବିପ୍ରହରେ ରାଜଧାନୀୋର ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଉକ୍ତ ଯୁବକଙ୍କୁ ଖଣ୍ଡା ଓ କଟୁରିରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ।
ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାଁ ମନୋଜ ଗୌଡ଼ ହୋଇଥିବା ବେଳେ ତାଙ୍କ ଘର ଭଞ୍ଜନଗର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କମିଶନରେଟ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ଆକ୍ରମଣ ପଛର କାରଣ ଏପର୍ୟ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁର୍ବର୍ତ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।