ଅନ୍ତିମ ଯାତ୍ରାରେ ବୀର ସହିଦ ନୀଳାଞ୍ଚଳ ପଟେଲ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜନ୍ମମାଟି ବରଗଡ଼ ଜିଲ୍ଲା ଭିଡ଼େନର ବାଘପାଲି ଗ୍ରାମକୁ ଫେରିଲା ବୀର ସହିଦ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସହିଦ ପୁଅକୁ ସଲାମି ଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଏମାନଙ୍କ ମଧ୍ୟରେ ମନ୍ତ୍ରୀ ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଥିଲେ।

ରବିବାର ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଆର୍ମି ଶିବିରରୁ ଏୟାରଲାଇନ୍ସ ବିମାନ ଯୋଗେ ଦିନ ଗୋଟାଏରେ କୋଲକାତାକୁ ଅଣାଯାଇଥିଲା। ସେଠାରୁ ଅପରାହ୍ନ ୩ଟାରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ରବିବାର ରାତିରେ ବରଗଡ଼ ଅଭିମୁଖେ ଓ ସୋମବାର ସକାଳୁ ନିଜ ଜନ୍ମମାଟି ବାଘପାଲି ଗାଁକୁ ଅଣାଯାଉଛି।

ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୈତୃକ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସଂପନ୍ନ ହେବ। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି ଗ୍ରାମର ନୀଳାଞ୍ଚଳ ପଟେଲ ଆସାମ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ। ସେ ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିଲେ। ଖବର ପ୍ରଚାରିତ ହେବାମାତ୍ରେ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସେ ୨୦୦୪ ଆସାମ ରାଇଫଲରେ ଯୋଗ ଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ ।

Leave A Reply

Your email address will not be published.