ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ଜାଣନ୍ତୁ କିପରି ହୋଇଛି ପ୍ରସ୍ତୁତି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲି ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ଏଥିପାଇଁ ଦିଲ୍ଲୀଠୁ ପଲ୍ଲୀ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଗତକାଲି ଫୁଲଡ୍ରେସ୍ ରିହଲସାଲ କରାଯାଇଛି । ମାଓ ଅଧ୍ୟୁସିତ ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରିହଲସାଲ ସମୟର ପୁଲିସ୍ ଡିଜି ଉପସ୍ଥିତି ରହି ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ । ସ୍ୱାଧୀନତା ଦିବସ ପାଳନକୁ ଦୃଷ୍ଟିରେ ରଖି, ସାରା ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି । ସେହିପରି ମାଓ ଅଧ୍ୟୁଷିତ ଅଂଚଳକୁ ଅଧିକ ଗୁରୁତ୍ୱଦିଆଯାଇଛି ।

ଏହି ସବୁ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ତେବେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ପୁଲିସ କମିଶନର ।
ସୂଚନ ଅନୁସାରେ, ନିର୍ଦ୍ଧାରିତ ପ୍ରୋଟକଲ୍ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ସକାଳ ୮ଟା ୫୮ ମିନିଟ୍‌ରେ ପଡ଼ିଆରେ ପ୍ରବେଶ କରିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ। ପୁଲିସ ବ୍ୟାଣ୍ଡ-୧ ଓ ୨ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଆଇପିଏସ୍ ଅଙ୍କିତ୍ କୁମାର ବର୍ମା ପରେଡ୍‌ର କମାଣ୍ଡରର ଦୟିତ୍ୱ ତୁଲାଇବେ । ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ , ଓଡ୍ରାଫ୍‌, ଛତିଶଗଡ଼ ପୁଲିସ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍‌ର ୪ଟି ଟ୍ରୁପ ଦ୍ବାରା ପ୍ରଦର୍ଶିତ ପରେଡର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ସେଠାରୁ ମୁଖ୍ୟମନ୍ତ୍ରୀ ପଡ଼ିଆରେ ଆୟୋଜିତ ଫଟୋ ପ୍ରଦର୍ଶନୀ ଓ ‘ଅହିଂସା ରଥ’ ଉନ୍ମୋଚନ କରି ଫେରିଯିବେ।

Leave A Reply

Your email address will not be published.