ଭାଜପା ତରଫରୁ ବାରବାଟି କଟକ ନିର୍ବାଚନ ମଣ୍ଡଳୀର ତ୍ରିରଙ୍ଗା ଯାତ୍ରା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀର ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କଟକ ନଗର ପରିକ୍ରମା କରିଥିଲା। ଭାଜପା କଟକ ନଗର ସଭାପତି  ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ କାର୍ଯ୍ୟକର୍ତାଙ୍କୁ ନେଇ କଟକରେ ଦେଶାତ୍ମବୋଧ ଭାବନାର ଜାଗରଣ ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଗୌରୀଶଙ୍କର ପାର୍କରୁ ଆରମ୍ଭ ହୋଇ ଦରଘା ବଜାର, ତିନିକୋଣିଆ ବଗିଚା, ହାତୀ ପୋଖରୀ, ନିମସାହି, ସେମିନାରୀ ଛକ, ହରିପୁର ଛକ, ପିଠାପୁର, ଝୋଲାସାହି, ନନ୍ଦିସାହି, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ହାଇକୋର୍ଟ ଛକ, ଚାନ୍ଦିନୀ ଚୌକ, ଡଗରପଡା, କାଫଲା ଛକ, ସେଲଟର ଛକ, ଦେଉଳ ସାହି ଛକ, ବିଡାନାସୀ ଛକ, ବଉଳ ଗଛ ଛକ, ମର୍କତ ନଗର ନଅ ନମ୍ବର ଛକ, ଛଅ ନମ୍ବର ଦୁର୍ଗା ଘର ଛକ ହୋଇ ଶେଷରେ ସାତ ନମ୍ବର ଦୁର୍ଗା ଘର ଛକ ପରିକ୍ରମା କରିଥିଲା।

ଏଥିରେ ସର୍ବଶ୍ରୀ ଲକ୍ଷ୍ମୀଧର ପ୍ରଧାନ, ପ୍ରଭାରୀ ପ୍ରତିଭା ଶତପଥି, ବିସ୍ତାରକ ସ୍ମରଜିତ ମହାନ୍ତି,ବିବେକାନନ୍ଦ ନାୟକ, ବିଶ୍ୱରଞ୍ଜନ ମିଶ୍ର, କର୍ପୋରେଟର ଗଗନ ଓଝା ଓ ଲକ୍ଷ୍ମୀଧର ବେହେରା, ରଶ୍ମିରେଖା ଦାସ ,ପ୍ରବୀଣା ମହାପାତ୍ର,ସୁଶାନ୍ତ ମହାନ୍ତି,ସୁବାଷ ମହାନ୍ତି, ଅଳକା ମହାନ୍ତି,ସତ୍ୟବ୍ରତ ମିଶ୍ର,ହରିଚନ୍ଦନ ନାୟକ, ନିରଞ୍ଜନ ବେହେରା ଦାଶରଥୀ ବେହେରା, ଅମ୍ବିକା ସାମଲ, ଶିବ ସିନ୍ହା ,ତପନ ବେହେରା,ବିଶ୍ୱଜିତ ପ୍ରଧାନ, ନମିତା ମିଶ୍ର, ମହମ୍ମଦ ସବିର,ପ୍ରଶାନ୍ତ ବେହେରା,ସଂଗ୍ରାମ ସିଂ,ଅନୁପମ ଦାସ,ନିଲୁ ସେଠି, ସରୋଜ ରାଉତ,ପ୍ରଦୀପ ସୋନି, ସଞ୍ଜୀବ ରଣା, ଉମେଶ ବେହେରା, ସୁବାଷ କୁଣ୍ଡୁ, ସବ୍ୟସାଚି ମହାପାତ୍ର, ପ୍ରଶାନ୍ତ ଦାସ, ଶରତ ଭୋଳ,ଦେବାଶିଷ ବେହେରା, ରାଜେନ୍ଦ୍ର ନାୟକ,ତୁଷାଲ ଦାସ,ଆୟୁଷ ମହାନ୍ତି,ରାଜେଶ ଜେନା,ଲିଙ୍ଗରାଜ ରାଓ, ଗଣେଶ ରାଓ,ପ୍ରସନ୍ନ ନାଏକ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ।

Leave A Reply

Your email address will not be published.