ଚନ୍ଦ୍ରଯାନ-୩ ପାଇଁ ଅଗ୍ନିପରୀକ୍ଷା; ଚନ୍ଦ୍ରର ଶେଷ କକ୍ଷପଥକୁ କଲା ପ୍ରବେଶ, ଲ୍ୟାଣ୍ଡର ଓ ରୋଭର୍‌ ପୃଥକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଅତିକ୍ରମ କରୁଛି ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରଯାନ-୩କୁ ‘ଇସ୍ରୋଦ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍‌ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍‌ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନଦ (ଇସ୍ରୋ) ସୂଚନା ଦେଇଛି। ଏବେ ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌ଦକୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌ଦରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ’ ପାଇଁ ପ୍ରସ୍ତୁତି ଚାଲିଛି।

ଆଜି ଟୁଇଟ୍‌ କରି ‘ଇସ୍ରୋ’ ଲେଖିଛି: ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଆଜି ସ୍ବଳ୍ପ ସମୟ ପାଇଁ ଆବଶ୍ୟକ ହୋଇଥିବା ସଫଳ ‘ଫାଇରିଙ୍ଗ୍’ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର୍‌ * ୧୬୩ କିଲୋମିଟର୍‌ କକ୍ଷପଥକୁ ନେଇଛି। ଅର୍ଥାତ୍‌ ଚନ୍ଦ୍ରଠାରୁ ୧୫୩ * ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପ୍ରଦକ୍ଷିଣ କରୁଛି। ଏଥି ସହିତ ଶେଷ ହୋଇଛି ଚନ୍ଦ୍ରାବତରଣ ନିମନ୍ତେ ଚନ୍ଦ୍ରଯାନ-୩ର ଶେଷ କକ୍ଷପଥ ପ୍ରବେଶ। ଆସନ୍ତାକାଲି ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍’ ପୃଥକ୍‌ କରାଯିବାକୁ ଯୋଜନା କରାଯାଇଛି। । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

Leave A Reply

Your email address will not be published.