ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଶ୍ରୀମନ୍ଦିର ନାଟମଣ୍ଡପକୁ ନେଇ ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସେଥିରେ ଉଲ୍ଲେଖ ରହିଛି କି, ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀମନ୍ଦିରର ନାଟମଣ୍ଡପ । ତୁରନ୍ତ ମରାମତି ନହେଲେ ବଡ଼ ଧରଣର କ୍ଷତି ଘଟିବା ସହିତ ଶ୍ରୀମନ୍ଦିର ଉପରେ ପଡ଼ିବାରେ ପ୍ରଭାବ । ନାଟମଣ୍ଡପ ଉପର ପାର୍ଶ୍ୱରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି । ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ପ୍ରାୟ ନଷ୍ଟ ହୋଇସାରିଛି । ଯାହା ମରାମତି ଆବଶ୍ୟକ ରହିଛି । ନଚେତ କେତେବେଳେ ବଡ଼ ଧରଣର କ୍ଷତି ଘଟିପାରେ । ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ହାଇକୋର୍ଟ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ଏଏସଆଇ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ସାରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିସାରିଥିଲେ । ଗତକାଲି ଆମିକସକ୍ୟୁରୀ ଜଗମୋହନ ଓ ନାଟମଣ୍ଡପ ମରାମତି ଶୀଘ୍ର ଆବଶ୍ୟକ ବାଲି ଷ୍ଟାଟସ ରିପୋର୍ଟ ଦେବା ପରେ ଏବେ ଚର୍ଚ୍ଚା ବଢ଼ିଛି।
ଯଦି ଏହାର ମରାମତି କରାନଯାଏ, କେତେବେଳେ ବଡ଼ ଧରଣର କ୍ଷତି ଘଟିପାରେ । ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ହାଇକୋର୍ଟ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ଏଏସଆଇ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ସାରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିସାରିଥିଲେ । ତେବେ ଏହି ରିପୋର୍ଟ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।