ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଧସିଲା ନଦୀବନ୍ଧ। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ନଦୀ ବନ୍ଧ ଧସିବା କାରଣ ରୁ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଦେଖିବାକୁ ମିଳିଛି। ଯାଜପୁର ଦଶରଥପୁର ବ୍ଳକ କମାରଡିହ ପଂଚାୟତ ବଲରାମ ପୁର ନିକଟରେ ବୈତରଣୀ ନଦୀ ବନ୍ଧ ଧସିବା ପରେ ଲୋକଙ୍କ ମଧ୍ୟରେ ଛନକା ପସି ଯାଇଛି। ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି।
ପୁଣି ଧସିଲା ବୈତରଣୀ ନଦୀବନ୍ଧ। ବିପଦରେ ନଦୀ କୁଳିଆ ଲୋକ। ଗତ ସପ୍ତାହେ ଭିତରେ ଦୁଇ ଦୁଇ ଥର ଧସିଲାଣି।ନଦୀ ବନ୍ଧ। ଜଳ ସଂପଦ ବିଭାଗ ର ଦାୟିତ୍ଵ ହୀନତା କୁ ଲୋକେ ଦାୟୀ କରିଥିବା ବେଳେ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ପୂର୍ବରୁ ଦତ୍ତପୁର ଠାରେ ୧୦୦ ପୁଂଟରୁ ଅଧିକ ଲମ୍ବ ଧସିଥିଲେ ମଧ୍ୟ ନା ସମ୍ପୃକ୍ତ ଠିକାଦାର ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇଛି ନା ଜଳ ସମ୍ପଦ ବିଭାଗ ସଜାଗ ହେଇଛି । ଏଭଳି ବାରମ୍ବାର ନଦୀ ବନ୍ଧ ଧସିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।
ନଦୀବନ୍ଧ କାମ ଆରମ୍ଭ ସମୟ ରୁ ସ୍ଥାନୀୟ ଲୋକେ ନିମ୍ନ ମାନର କାମ ନେଇ ଅଭିଯୋଗ କରିଥିଲେ, କିନ୍ତୁ ଜଳ ସମ୍ପଦ ବିଭାଗ ଏ ନେଇ ଗୁରୁତ୍ୱ ନ ଦେବା ରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଜଳସଂପଦ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଚର୍ଚ୍ଚା ହେଉଛି । ବର୍ଷା ଦିନ ପୂର୍ବରୁ ଦୁର୍ବଳ ନଦୀ ବନ୍ଧ କୁ ସୁଦୃଢ଼ କରିବା ସହିତ ମରାମତି କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏଥିରେ ଅବହେଳା ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଆଜି ନଦୀ ବନ୍ଧ ଧସିଥିବା ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ମରାମତି କାମ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଚେତୁ ନାହିଁ, ଓଲଟି ନିମ୍ନ ମାନର କାମ କରୁଥିବା ଠିକାଦାର ଙ୍କୁ ସୁରକ୍ଷା ଯୋଗାଇବା ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।