ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ପାକିସ୍ତାନ ସୀମା ଏଲଓରେ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ଜାରି ରହିଛି । ଏହାରି ଭିତରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସୂଚନା ଅନୁସାରେ, ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ସେନା ୨ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି।
ସେମାନଙ୍କ ନିକଟରୁ ସୁରକ୍ଷାବାହିନୀ ଗୋଟିଏ ଏକେ ୪୭, ୩୦ ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ଜବତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।