ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ବାୟୁସେନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଆମେରିକା ବାୟୁସେନା ଚପର କ୍ରାସ୍ ହୋଇଥିବା ଖବର ମିଳିଛି । ରବିବାର ଅଷ୍ଟ୍ରେଲିଆ ଚାଲୁଥିବା ସୈନ୍ୟ ଅଭ୍ୟାସ ବେଳେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୨୦ ଅଧିକ ନୌସେନା ଯବାନ ବସିଥିଲେ । ଏହି ଘଟଣା ଡର୍ବାନ ସହର ଉତ୍ତରରେ ଦ୍ବୀପ ସମୁହ ଘାଟିରେ ଘଟିଛି ।
ଅଷ୍ଟ୍ରେଲିଆ ପ୍ରତିରକ୍ଷା ମୁଖପାତ୍ର କହିବା ଅନୁଯାୟୀ, ଏହି ଦୁର୍ଘଟଣା ସୈନ୍ୟ ଅଭ୍ୟାସ ପ୍ରିଡେଟରସ୍ ରନ-୨୦୨୩ ବେଳେ ହୋଇଛି । ଆମେରିକା, ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ତିମୋର-ଲେସ୍ତେ ଏବଂ ଇଣ୍ଡୋନେସିଆର ପ୍ରାୟ ୨୫୦୦ରୁ ଅଧିକ ସୈନ୍ୟ ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିଲେ । ସାମୁଦ୍ରିକ ରାଷ୍ଟ୍ରମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାଭ୍ୟାସ ବୋଲି କୁହାଯାଉଛି ।