ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ;କଂଗ୍ରେସ କଲା ବଡ଼ ଘୋଷଣା

0

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ସବୁଠୁ ବଡ ଖବର ସାମ୍ନାକୁ ଆସିଛି। ନିର୍ବାଚନର ରାଜନୈତିକ ଉଷ୍ଣତା ମଧ୍ୟରେ ଆଜି କଂଗ୍ରେସ ପାଇଁ ଏକ ବଡ ଦିନ।ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚରଣଜିତ୍ ଚାନ୍ନିଙ୍କୁ ସିଏମ୍ ଭାବେ ଘୋଷଣା କରିଛି କଂଗ୍ରେସ।

ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଯେ ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ହିଁ ରାଜ୍ୟରେ କଂଗ୍ରେସର ସିଏମ୍ ପଦବୀର ମୁଖ ହେବେ। ସିଏମ୍ ପଦବୀର ଘୋଷଣା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ମୋର ନିଷ୍ପତ୍ତି ନୁହେଁ, ଏହା ପଞ୍ଜାବର ନିଷ୍ପତ୍ତି। ପଞ୍ଜାବର ଲୋକମାନେ କହିଛନ୍ତି ଯେ ସେମାନଙ୍କୁ ଏକ ଚେହେରା ଦରକାର ଯିଏ ଗରିବ ଲୋକଙ୍କ ସମସ୍ୟା ବୁଝୁଥିବ । ପଦବୀ ଘୋଷଣା ସମୟରେ ଲୁଧିଆନାର ଭର୍ଚୁଆଲ୍ ରାଲିରେ ନବଜୋତ ସିଂ ସିଦ୍ଧୁ, ଚରଣଜିତ୍ ସିଂ ଚାନ୍ନି ଏବଂ ସୁନୀଲ ଜାଖର ରାହୁଲ ଗାନ୍ଧୀଙ୍କ ସହ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.