ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ। ନାବାଳକ ରତ୍ନାକରର ମୃତଦେହ ପାଲକାପଦାର ନଦୀ ତଟରେ ଆଜି ମଧ୍ୟାହ୍ନରେ ଉଦ୍ଧାର ହୋଇଥିବା ବେଳେ ମିନାଝୋଲା ଘଟଣାସ୍ଥଳରୁ ଅଳ୍ପ ଦୂରରେ ନାବାଳିକା ସ୍ମୁତିର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ହୋଇ ଯାଇଥିବାରୁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ପୁଣି ଥରେ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଶ୍ରାବଣ ଶେଷ ସୋମବାରରେ ଶିବ ଦର୍ଶନ ପାଇଁ ଓ ଜଳାଭିଷେକ ପାଇଁ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ମିନାଝୋଲାକୁ ଦର୍ଶନ ପାଇଁ ଆସିଥିବା ଏହି ଦୁଇ ଶିଶୁ ବଂଶଧାରା ନଦୀରେ ଗାଧୋଇବାକୁ ଯାଇ ଭାସି ନିଖୋଜ ହୋଇଯାଇଥିଲେ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ମଝିରେ ମିନାଝୋଲା ଶିବ ଲିଙ୍ଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମରୁ ନିଜ ନିଜ ପରିବାର ସହ ଶିବ ଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

Leave A Reply

Your email address will not be published.