ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଥମିବା ପାଇଁ ଯେତେ ଉଦ୍ୟମ କରୁଥିଲେ ମଧ୍ୟ ଉପଦ୍ରବକାରୀ ହିଂସା ଦିନକୁ ଦିନ ବଢାଇବାରେ ଲାଗିଛନ୍ତି । ଏହାରି ଭିତରେ ମଣିପୁରରେ ହିଂସା ପୁଣି ଦେଖିବାକୁ ମିଳିଛି । ଆଖିବୁଜା ଗୁଳିମାଡରେ ୨ଜଣ ପ୍ର୍ରାଣ ହରାଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ୱେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି।
ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ବିଲରେ କାମ କରୁଥିବା କିଛି କୃଷକମାନଙ୍କ ଉପରକୁ କେତେକ ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ୱେଚ୍ଛାସେବୀ’ ଜାଙ୍ଗମିନ୍ଲେନ୍ ଗାଙ୍ଗ୍ଟେ।