ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜି-୨୦ ସମ୍ମିଳନୀ ପାଇଁ ଚଳଚଂଚଳ ରାଜଧାନୀ ଦିଲ୍ଲୀ । ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୯ରୁ ୧୦ ପର୍ୟ୍ୟନ୍ତ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତରେ ଆସି ଏସିଆନ୍ ସମ୍ମିଳନୀରେ ଏବଂ ପରେ ଦ୍ୱିପାକ୍ଷିକ ଗସ୍ତ ପାଇଁ ସିଙ୍ଗାପୁର ଯିବେ।
ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୁଡୋ ଆନ୍ତର୍ଜାତୀୟ ଭାଗିଦାରୀମାନଙ୍କ ସହ ମିଶି ବିଶ୍ୱ ସଙ୍କଟ ଉପରେ ଆଲୋଚନା କରିବେ। ୟୁକ୍ରେନରେ ସାମରିକ ଆକ୍ରମଣ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉତ୍ତରଦାୟୀ କରିବା ପାଇଁ ଟ୍ରୁଡୋ ସାମୂହିକ କାର୍ୟ୍ୟାନୁଷ୍ଠାନ ପାଇଁ ଓକିଲାତି ଜାରି ରଖିବ ବୋଲି କାନାଡାର ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଏକ ବିବୃତ୍ତିରେ କହିଛି।
ଅନ୍ୟପଟେ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ ନାହିଁ। ଜିନପିଙ୍ଗ ଜି -୨୦ ବୈଠକରେ ଯୋଗଦେବେ ନାହିଁ ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ଏକ ରିପୋର୍ଟ ପ୍ରକାଶ କରିଛି। ଚାଇନାରେ ପୋଷ୍ଟ କରାଯାଇଥିବା ଜଣେ କୂଟନୀତିଜ୍ଞ ତଥା ଅନ୍ୟ ଜଣେ ଜି -୨୦ ଅଧିକାରୀ (ଦୁଇ ଭାରତୀୟ ଅଧିକାରୀ)ଙ୍କ ବିଷୟରେ ରଏଟର୍ସ ରିପୋର୍ଟ କରିଛି ଯେ ଏହି ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ବେଜିଂର ପ୍ରତିନିଧୀ ଭାବରେ ପ୍ରିମିୟର ଲି କିଆଙ୍ଗଙ୍କୁ ନୂଆଦିଲ୍ଲୀ ବୈଠକକୁ ନିମନ୍ତ୍ରଣ କରାଯିବ ବୋଲି ଆଶା କରାଯାଉଛି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଯୋଗଦେବେ ଏବଂ ଏହା ନିଶ୍ଚିତ ହୋଇଛି। ଆରମ୍ଭରୁ ସି ଜିନପିଙ୍ଗ ଯୋଗଦେବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଜୋ ବିଡେନ ଏବଂ ସି ଜିନପିଙ୍ଗଙ୍କୁ ଭେଟିବାର ଏକ ସୁଯୋଗ ଭାବରେ ଏହି ବୈଠକ ମଧ୍ୟ ଦେଖାଯାଉଛି ।