କମିଲା କମର୍ସିଆଲ ସିଲିଣ୍ଡର ଦର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମିଲା କମର୍ସିଆଲ ସିଲିଣ୍ଡର ଦର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨ ଟଙ୍କା ହୋଇଛି । ଏହା ପୂର୍ବରୁ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ୧୬୮୦ ଟଙ୍କା ଥିଲା ।  ପରିବର୍ତ୍ତିତ ଦର ଆଜିଠାରୁ ଲାଗୁ ହେବ । ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ  ୧୬୩୬ ଟଙ୍କା, ମୁମ୍ବାଇରେ ୧୪୮୨ ଟଙ୍କା ହୋଇଛି । ପ୍ରତିମାସରେ ୧ ଏବଂ ୧୬ ତାରିଖରେ ତେଲ କମ୍ପାନୀ ରୋଷଇ ଗ୍ୟାସ ସିଲିଣ୍ଡରର ଦର ପରିବର୍ତ୍ତନ କରିଥାନ୍ତି । ଅଗଷ୍ଟରେ ତୈଳ କମ୍ପାନୀ ବାଣିଗଜ୍ୟିକ ସିଲିଣ୍ଡର ଦାମ ୯୯.୭୫ ପଇସା ହ୍ରାସ କରିଥିଲେ ।

ସେହିପରି ଜୁଲାଇରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୭ ଟଙ୍କା ବୃଦ୍ଧି ଘଟିଥିଲା । ଯାହା ବି ହେଉ, କମର୍ସିଆଲ ଗ୍ୟାସ ଦର ହ୍ରାସ ପାଇବା  ଜଳିଖିଆ ଦୋକାନୀ ଏବଂ ହୋଟେଲ ମାଲିକଙ୍କୁ ସୁହାଇଛି । ରକ୍ଷାବନ୍ଧନ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୨ ଶହ ଟଙ୍କା ହ୍ରାସ କରିଥିଲେ । ଫଳରେ ୨୦୦ ଟଙ୍କାର ସବସିଡି ପାଉଥିବା ଉଜ୍ଜ୍ୱଳା ହିତାଧିକାରୀ ଏଣିକି ୪୦୦ ଟଙ୍କାର ସବସିଡି ପାଇବେ ।

Leave A Reply

Your email address will not be published.