ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶାଖା ଟ୍ରେନରେ ଭୁବନେଶ୍ୱର ସିକନ୍ଦରାବାଦ ଯାଇଥାଆନ୍ତା ଗୋମାଂସ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟ୍କୁ ଜବତ କରିଛି । ଆର୍ପିଏଫ୍ ବି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି ।
ସୂଟନାଯୋଗ୍ୟ, ଭୁବନେଶ୍ୱର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା । ଏନେଇ ଗୋସେବା ପରିବଷଦ ପକ୍ଷରୁ ଜିଆର୍ପିକୁ ଅଭିଯୋଗ କରାଯାଇଥିଲା । ଏହାପରେ ଜିଆର୍ପି ଏବଂ ଆର୍ପିଏଫ୍ ମିଳିତ ଭାବେ ପ୍ୟାକେଟକୁ ଜବତ କରିଥିଲେ । ଏହାପରେ ପ୍ୟାକେଟ୍ ଖୋଲିବାରୁ ସେଥିରେ ଗୋମାଂସ ଥିବା ଜଣାପଡିଥିଲା । ଏହିସହିତ ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରହିଛି । ଏହି ରାକେଟ୍ର ଚେର କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି ।