୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜଧାନୀରେ ଦେଖିବାକୁ ମିଳିଛି ଦରିଦ୍ରର ଉତ୍କଟ ଚିତ୍ର l ଭାରତପୁର ବସ୍ତିରେ ରହୁଥିବା ଗଂଜାମ ଅଂଚଳର ଗରିବ ଦମ୍ପତି ମାତ୍ର 19 ଦିନର ଜନ୍ମକାଲା ଶିଶୁ ପୁତ୍ରକୁ ବିକିଦେଇଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି lଚାଇଲ୍ଡ ଲାଇନ ରୁ ଅଭିଯୋଗ ପାଇବାପରେ ଖଣ୍ଡଗିରି ଥାନା ଶିଶୁଟିକୁ ମଂଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳ ରୁ ଉଦ୍ଧାର କରିଛି l ଏହି ମାମଲାରେ ଶିଶୁ ର ବାପା ଏବଂ ପ୍ରଶାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି l ଏହି ଘଟଣା ସହ ସମ୍ପୃକ୍ତ ଥିବା ଆଶାକର୍ମୀ ଫେରାର ଅଛି l ଏହିଶିଶୁ ବିକ୍ରିରୁ ଦଲାଲମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହଡପ କାରିଥିବାବେଳେ ବାପା ମା ମାତ୍ର 10 ହଜାର ପାଇଥିବା ଅଭିଯୋଗ ହୋଇଛି l ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇ ତାର ସ୍ୱାସ୍ଥ୍ୟ ଆବସ୍ଥା ଯାଞ୍ଚ କରିବା ସହ ଚାଇଲ୍ଡ ଲାଇନ ଯତ୍ନରେ ଛଡାଯାଇଛି l ପ୍ରକୃତ ତଦନ୍ତ ପରେ ଏହି ମାମଲାରେ ଦଲାଲି କରୁଥିବା ଏକ ରାକେଟ ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି l