ବର୍ଷା- ଅନୁଭବ ବିବାଦ ମାମଲା; ଛାଡ଼ପତ୍ର ଆବେଦନ ଖାରଜ କଲେ କୋର୍ଟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଶୁକ୍ରବାର ରାୟ ପ୍ରକାଶ କରିଛନ୍ତି ଫାମିଲି କୋର୍ଟ । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ଫାମିଲି କୋର୍ଟ । ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ରାୟ ପ୍ରକାଶ ପରେ ଶ୍ରୀ ମହାନ୍ତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି,  ନ୍ୟାୟ ମିଳିବ, ବିଶ୍ୱାସ ଅଛି ।

ଅନୁଭବଙ୍କ ଓକିଲ କହିଛନ୍ତି  ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ। ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ। ଅନ୍ୟପଟେ ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା, ଯାହା ହେଉ ଆଜି ମାମଲାଟି ଅନ୍ତ ହୋଇଛି ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି। ଲଳିତେନ୍ଦୁ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଲାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ। ତେବେ ଏ ସଂକ୍ରାନ୍ତରେ ବର୍ଷା ପ୍ରିୟଦର୍ଶିନୀ କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.