ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ଗୃହରୁ ୨ ବିଜେପି ବିଧାୟକ ସସ୍‌ପେଣ୍ଡ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି  ଚଳିତ ବିଧାନସଭା ଅଧିବେଶନରୁ ୨ ବିଜେପି ବିଧାୟକ ସସ୍‌ପେଣ୍ଡ।ଦୁଇ ବିଧାୟକ ହେଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ । ଚଳିତ ଅଧିବେଶନ ପାଇଁ  ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି । ପ୍ରଥମେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଫଳରେ ଏହି ଘଟଣାରେ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ ।

ଏହା ପୂର୍ବରୁ ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ବୟାନକୁ ନେଇ ହୋହଲ୍ଲା ହୋଇଥିଲା। ବିରୋଧୀ ବିଜେପିକୁ ଟାର୍ଗେଟ୍ କରି ଅରୁଣ କହିଥିଲେ ଯେ ବିରୋଧୀ ଦଳର ସଦସ୍ୟମାନେ ସୁସ୍ଥ ମାନସିକତା ନେଇ ଗୃହକୁ ଆସିବା ଦରକାର। ଏହାପରେ ବିଜେପି ବିଧାୟକମାନେ ଗୃହ ମଝିକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ।

Leave A Reply

Your email address will not be published.