ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଡବ୍ଲ୍ୟୁଡବ୍ଲ୍ୟୁ ତାରକା ଦି ଗ୍ରେଟ୍ ଖାଲି ଗୁରୁବାର ଦିନ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି।ସଦସ୍ୟତା ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ବିଜେପିର ନୀତି ହେଉଛି ଭାରତକୁ ଆଗକୁ ନେବା, ମୁଁ ଏଥିରେ ପ୍ରଭାବିତ ହେବା ପରେ ହିଁ ଦଳରେ ଯୋଗ ଦେଇଛି। ଏବଂ ମୁଁ ମୋର କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରିବି।
ଦି ଗ୍ରେଟ୍ ଖାଲି କୁସ୍ତିରେ ଭାରତର ନାମକୁ ସର୍ବୋଚ୍ଚ ସ୍ଥାନକୁ ଆଣିଛି | ସାରା ବିଶ୍ୱରେ ମହାବଳି ଖଲି ନାମରେ ଜଣାଶୁଣା ଦଲିପ ସିଂ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ ଏବଂ ଆଜି ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେ ତାଙ୍କ ରେକର୍ଡ ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି।ଖଲି ପଞ୍ଜାବରେ ଏକ ରେସଲିଂ ଏକାଡେମୀ ମଧ୍ୟ ପରିଚାଳନା କରନ୍ତି। ଏବେ ଖଲି ରାଜନୀତିରେ ପ୍ରବେଶ କରିଛନ୍ତି। ତେବେ ବିଜେପିରେ ଯୋଗ ଦେବା ଖଲିଙ୍କ ପାଇଁ କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।