ସୁବର୍ଣ୍ଣରେଖା ନଦୀରେ ବନ୍ୟା

ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି

0

ଓଡିଆ ନ୍ୟୁଜ, ଭୁବନେଶ୍ବର: ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବଢିବାକୁ ଲାଗିଛି । ରାଜଘାଟ ଠାରେ ସତର୍କ ସୂଚନା ୯.୪୫ମିଟର ଥିଲା ବେଳେ ସକାଳ ୭ଟା ସୁଦ୍ଧା ୯.୬୨ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ସୂଚନାଥାଉକି, ରାଜ୍ୟରେ ଲଘୁଚାପ ବର୍ଷା ୩ଦିନ ଧରି ଲାଗି ରହିଥିଲା ବେଳେ ରାଜ୍ୟରେ ଥିବା ନଦୀ ମାନଙ୍କର ଜଳସ୍ତର ବଢିବାକୁ ଲାଗିଛି । ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ମଧ୍ୟ ବଢିବାକୁ ଲାଗିଛି । ରାଜଘାଟ ଠାରେ ସର୍ତକ ସୂଚନା ୯.୪୫ମିଟର ଥିଲାବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ୯.୬୨ ମିଟର ଉପରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ତଳିଆ ଅଂଚଳରେ ବନ୍ୟା ପାଣି ପଶିଥିବାର ଦେଖିବାକୁ ମିଳିଛି । ସେପଟେ ବାଲିଆପାଳ ବ୍ଲକର ଯାମକୁଣ୍ଡା ପଂଚାୟତର ତାଳପଦା ପାଳଯାମକୁଣ୍ଡା, କାଳରହୀ, ମଧୁପୁରା ପଂଚାୟତର ଚୌଧୁରୀକୁଦ, ପଂଚରୁଖୀ, ବିଷ୍ଣୁପୁର ପଂଚାୟତର କୂଦମାନସିଂ, ଶୁଙ୍ଘମୁହଁ ଅଂଚଳରେ ପାଣି ପଶିଛି । ବନ୍ୟାକୁ ନେଇ ତଳିଆ ଅଂଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି ।ଜାମାଶୁଳା ଠାରେ ଧୀରେ ଧୀରେ ଜଳସ୍ତର ବଢ଼ୁଥିବାରୁ ଅପରାହ୍ନ ୪ଟା ସୁଦ୍ଧା ରାଜଘାଟ ଠାରେ ଜଳସ୍ତର ୧୦ମିଟର ଉପରେ ପ୍ରଭାବିତ ହେବ ବୋଲି ରାଜଘାଟ ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗର ନିରୀକ୍ଷକ ପିୟୁଷ ନନ୍ଦୀ କହିଛନ୍ତି ।

Leave A Reply

Your email address will not be published.