ଓଡ଼ିଆ ନ୍ୟୁଜ, ଭୁବନେଶ୍ବର: ବାଇପାସ ଛକ ନିକଟରେ ଏକ ଗୋରୁମାଂସ ବୋଝେଇ ଟ୍ରକକୁ ଜବତ କରିଛି ପଟ୍ଟାମୁଣ୍ଡାଇ ପୋଲିସ।ଘଟଣାରୁ ପ୍ରକାଶ, ଗତକାଲି ସନ୍ଧ୍ୟା ୯ଟା ସମୟରେ କେନ୍ଦ୍ରାପଡ଼ା ଦିଗରୁ କଲିକତାକୁ ଯାଉଥିବା ଗୋରୁମାଂସ ବୋଝେଇ ଏକ ଡବ୍ଲୁ ବି ୩୩ ଡି 7098 ଟ୍ରକଟି ପଟ୍ଟାମୁଣ୍ଡାଇ ପାଇପାସ ଛଜକ ନିକଟରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା।ଟ୍ରକକୁ ଅଟକ ରଖି ସ୍ଥାନୀୟ ଲୋକେ ପୋଲିସକୁ ଡାକି ଗୋରୁମାଂସ ବୋଝେଇ ଟ୍ରକ,ଟ୍ରକ ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତିକୁ ପୋଲିସ ଜିମା ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରାଯିବା ସହିତ,ଟ୍ରକ ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଏହିଘାଟଣାକୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଉତେଜନା ବୃଦ୍ଧି ପାଇଛି।ଶହସ୍ର ସ୍ଥାନୀୟ ଲୋକେ ଥାନା ଘେରାଉ କରିବା ସହିତ ଆସାମୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି।ଉତେଜନାକୁ ଦୃଷ୍ଟିରେ ରଖି ଥାନା ଆଇଆଇସି, ଏସ ଡି ପି ଓ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।ବିଧିବଦ୍ଧ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ଡି ପି ଓ କ୍ଷମାସାଗର ପଣ୍ଡା ପ୍ରତିଶୃତି ଦେବାରୁ ଆନ୍ଦୋଳନକାରୀ ଶାନ୍ତ ହୋଇଥିଲେ। ଜବତ ହୋଇଥିବା ସମୂହ ଗୋମାଂସକୁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୋତା ଯିବା ପାଇଁ ଆଜି ଭୋରରୁ ବାଲିପାଟଣା ଗାଁ ନଦୀକୂଳକୁ ନିଆ ଯାଇଥିଲା।ବାଲିପାଟଣା ଗାଁ ଲୋକଙ୍କ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହିତ ବିରୋଧ କରାଯାଇଛି।କେଉଁ ଠାରେ ଏହି ଗୋମାଂସ ପୋତାଯିବ ତାହା ପୋଲିସର ମୁଣ୍ଡବିନ୍ଧାର କାରଣ ହୋଇଛି ।