ଭାରତକୁ ୧୦୦ ସ୍ବର୍ଣ୍ଣ

ଭାରତକୁ ୧୦୦ ସ୍ବର୍ଣ୍ଣ ପଦକ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତ ୧୦୦ ପଦକ ହାସଲ କରିଛି। ଏସିଆନ୍‌ ଗେମ୍ସରେ ଭାରତ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ପଦକ ସହ ୧୦୦ ପଦକ ହାସଲ କରିଛି। 19ତମ ଏସୀୟ କ୍ରୀଡାର 14ତମ ଦିନରେ ଭାରତର ପଦକ ବର୍ଷା । ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ ।

ଏସୀୟ କ୍ରୀଡାରେ 100 ଛୁଇଁଲା ଭାରତର ପଦକ ସଂଖ୍ୟା । ମହିଳା କବାଡି ଫାଇନାଲ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଦକ ସଂଖ୍ୟା ଶତକ ଛୁଇଁଛି । ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ଏହି ସଫଳତା ପାଇଛି । ଆଜି ସକାଳୁ ସକାଳୁ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ବର୍ଷା ହୋଇଛି । ତୀରନ୍ଦାଜରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ ପରେ ମହିଳା କବାଡି ଟିମ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ଥର ପାଇଁ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ଶହେରେ ପହଞ୍ଚିଛି ।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡାରେ 100ଟି ପଦକ ହାସଲ କରି ଇତିହାସ ରଚିଛି ଭାରତ । 2018ରେ ଭାରତ 70ଟି ପଦକ ହାସଲ କରିଥିଲା ।

Leave A Reply

Your email address will not be published.