ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ମହାକାଳପଡ଼ାରେ ଅନୁଷ୍ଠିତ ହୋଇଛି ଘରେ ଘରେ ହାତ ଓ ହର ଘରେ କଂଗ୍ରେସ କାର୍ଯ୍ୟକ୍ରମ l ପ୍ରାଦେଶିକ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଘରେ ଘରେ ହାତ ଓ ହର ଘର କଂଗ୍ରେସ କାର୍ଯ୍ୟକ୍ରମ ନେଇ ମହାକାଳପଡ଼ା ବ୍ଲକ କଂଗ୍ରେସ ପ୍ରାକ ପ୍ତସ୍ତୁତି ଆରମ୍ଭ କରିଛି l ମହାକାଳପଡ଼ା ର ଯୁବ ନେତା ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରାକେଶ ମହାନ୍ତି ଙ୍କ ପୌରହିତ୍ୟ ରେ 31 ପଂଚାୟତର ଛାମୁଆ କର୍ମୀ ମାନଙ୍କୁ ନେଇ ରାମଚଣ୍ଡୀ ପୀଠରେ ରବିବାର ପ୍ରସ୍ଥିତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ବ୍ଲକ ସଭାପତି କବିନ୍ଦ୍ର ସାମଲ, ପୂର୍ବତନ ବ୍ଲକ ସଭାପତି ନିରାକାର ଯେନା, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାଇ, ବ୍ଲକ ଉପସଭାପତି ରଘୁନାଥ ସେଠି, ସେକ ମୁନସୀ, ଉପେନ୍ଦ୍ର ଚକ୍ରବର୍ତ୍ତୀ, ପ୍ରତାପ ନାୟକ, ମହେଶ୍ୱର ଗୋଛାୟତ ରବୀନ୍ଦ୍ର ମଲ୍ଲିକ ଙ୍କ ସମେତ ଅଧିକାଂଶ ଛାମୁଆ କର୍ମୀ ଯୋଗ ଦେଇଥିଲେ l ବୈଠକରେ ପଂଚାୟତ କମିଟି, ବୁଥ କମିଟି ସହିତ ଚଳିତ ମାସ 15ତାରିଖରେ ବିଜୟନଗର ପଂଚାୟତ ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ର ସଫଳ ରୂପାୟନ ନେଇ ଆଲୋଚନା ହୋଇଥିଲା l
ବିଶେଷ କରି 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ବୁଥ, ପଂଚାୟତ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ସୁସଂଗଠିତ ନେଇ ବିଷଦ ଆଲୋଚନା ହୋଇଥିଲା l ବୈଠକରେ ଅଂଶ ଗ୍ରହଣ କାରି ମାନେ ନିଜ ନିଜର ଅଭିମତ ରଖି ଦଳ ପାଇଁ ଉତ୍ସର୍ଗୀକୃତ ହୋଇଥିବାର ଦେଖିବାକୁ ମିଳିଥିଲା l