ଲଳିତା ଚାଷୀମାନେ ପ୍ରୋତ୍ସାହନରୁ ବଞ୍ଚିତ

ଚାଷୀମାନେ ପ୍ରୋତ୍ସାହନରୁ ବଞ୍ଚିତ

0

ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡା : ବର୍ଷ ବର୍ଷ ଧରି ମୁଣ୍ଡ ଝାଳ ତୁଣ୍ଡ ମାରି ଲଳିତା ଚାଷ କୁ ବୃତ୍ତି ଭାବେ ଆପଣେଇ ନେଇ ପରିବାର ପ୍ରତିପୋଷଣ କରୁ ଆସୁଥିବା ବେଳେ ସରକାର ଙ୍କ ନଳିତା ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ କିଛି ଚାଷୀ ଏବେ ଚାଷ ଛାଡିବାକୁ ବସିଲେଣି, କିଛି ଚାଷୀ କମ ଚାଷ କରୁଥିବା ବେଳେ କିଛି ବୃତ୍ତି ରୁ ଅବ୍ୟାହତ ନେଲେଣି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତିନିଟି ପଞ୍ଚାୟତ, ସିକୋ , ଭାରିଗଦା , ବରୁଣାଡିଆ, ରେ ନଳିତା ଚାଷୀ ଏବେ ସଙ୍କଟ ରେ ! ସରକାର ଧାନ ଚାଷକୁ ପ୍ରାଧାନ୍ୟ ଦେଇ ମଣ୍ଡି ର ବ୍ୟବସ୍ଥା ସହ ବିହନ ଓ ସାର ଯୋଗାଉ ଥିବା ବେଳେ ଲଳିତା ଚାଷ ପାଇଁ ସେ ଭଳି କିଛି କରା ଯାଊନଥିବାରୁ ଚାଷୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି!

ଅନ୍ୟ ପଟେ ସରକାର ପ୍ଲାଷ୍ଟିକ କୁ ବ୍ୟାନ କରି ଛନ୍ତି , କିନ୍ତୁ ନଳିତା ରୁ ଉତ୍ପାଦିତ ଝୋଟ ବିଭିନ୍ନ କାର୍ଯ୍ୟ ରେ ଲାଗୁଥିବା ଥିବା ବେଳେ ସରକାର ନଳିତା ଚାଷୀ ମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ଦେଉ ନାହାନ୍ତି ! ଝୋଟ ମିଲ ବନ୍ଦ ହୋଇ ଯିବା ଓ ଫଳ ରେ ନଳିତା ଚାଷୀ ବୃତ୍ତି ହରାଇ ବା ସହ ଚାଷ ଛାଡ଼ି ବେବୋଲି ଚେତାବନୀ ଦେଇଛନ୍ତି ,ସରକାର ଧାନଚାଷ ଚାଷ ଭଳି ନଳିତା ଚାଷୀଙ୍କୁ ମଣ୍ଡି ବ୍ୟବସ୍ଥା ସହ ଝୋଟ ର ନିର୍ଦ୍ଧାରିତ ମୂଲ୍ୟ ସ୍ଥିର କରିବାକୁ ଦାବି କରିଛନ୍ତି !
ତେବେ ଦେଖିବାକୁ ବାକି ରହିଲା କେବେ ସରକାର ନଳିତା ଚାଷୀଙ୍କ ଦୁଃଖ ବୁଝି ବା ସହ ତାଙ୍କର ଦାବି ପୁରଣ କରୁଛନ୍ତି.

Leave A Reply

Your email address will not be published.