ଟିଫିନ୍ ବୋମ ରୁ ଅଳ୍ପକେ ବର୍ତ୍ତିଲେ ଯବାନ

କମ୍ବିଂବେଳେ ଜଙ୍ଗଲରୁ ୫ ଟିଫିନ୍ ବୋମା ଠାବ

0

ଓଡ଼ିଆ ନ୍ୟୁଜ, ମାଲକାନଗିରି : ଟିଫିନ୍ ବୋମ ରୁ ଅଳ୍ପକେ ବର୍ତ୍ତିଲେ ଯବାନ । କମ୍ବିଂବେଳେ ଜଙ୍ଗଲରୁ ୫ ଟିଫିନ୍ ବୋମା ଠାବ କଲେ ବିଏସଏଫ ଯବାନ । ଏଭଳି ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଏଭଳି ଅଘଟଣା ଘଟିଛି ମାଲକାନଗିରିରେ । ତେବେ ସୂଚନା ମୁତାବକ, କମ୍ବିଂ ଅପରେସନ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍ । ମାଲକାନଗିରି ପଡ଼ିଆ ଥାନା କମାରଗୁଡା ଜଙ୍ଗଳରୁ ୫ଟି ଟିଫିନ୍ ବୋମା ଜବତ କରିଛନ୍ତି ବିଏସଏଫ ଯବାନ । ଯବାନମାନେ ସେହି ଅଞ୍ଚଳରେ କମ୍ବିଂ ଅପରେସନ କରୁଥିବା ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବାଏହି ବମଗୁଡ଼ିକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି ।

ଏହା ପରେ ବୋମା ନିଷ୍କ୍ରିୟ ଟିମକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ଉଦ୍ଧାର ବମଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିବାର ସୂଚନା ମିଳିଛି । ସେହି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଥିବାରୁ ସୁରାକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲମାନେ ଏହି ବମ୍ ଜଙ୍ଗଲରେ ପୋତିଥିବାର ଅନୁମାନ କରାଯାଉଛି ।ସୂଚନା ଅନୁସାରେ ନକ୍ସଲ ଦମନ ଅଭିଯାନ ପାଇଁ ୧୪୨ ବାଟାଲିୟନର ବିଏସ୍‌ଏଫ୍‌ର ଯବାନମାନେ ବାହାରିଥିଲେ। ସେମାନେ ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ।

ଏହି ସମୟରେ ଯବାନମାନେ ଉକ୍ତ ଅଂଚଳ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଲାଣ୍ଡମାଇନ୍‌ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ସେମାନେ ବୋମା ନିଷ୍କ୍ରିୟକାରୀ ଟିମଙ୍କୁ ଖବର ଦେଇଥିଲେ। ଯବାନଙ୍କ ଠାରୁ ସୂଚନା ପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଉଦ୍ଧାର କରାଯାଇଥିବା ଲାଣ୍ଡମାଇନ୍‌ ଗୁଡିକୁ ନିଷ୍କ୍ରିୟ କରାଯାଇଥିଲା।

Leave A Reply

Your email address will not be published.