କମଶନରେଟ୍ ପୋଲିସ ପକ୍ଷରୁ ଦୁର୍ଗା ପୂଜା ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ, କଟକ : କମିଶନରେଟ ପୋଲିସ ପକ୍ଷରୁ ଦୂର୍ଗାପୂଜା ପ୍ରସ୍ତୁତି ବୈଠକ । କଟକ ସଦର ଥାନା, ୪୨ ମୌଜା ଥାନା ଏବଂ ବାରଙ୍ଗ ଥାନାକୁ ନେଇ, କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠାରେ ଦୂର୍ଗାପୂଜା ପ୍ରସ୍ତୁତି ବୈଠକ ସଦର ଥାନା ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ତିନିଗୋଟି ଥାନା ଅଞ୍ଚଳରେ ସମୁଦାୟ ୨୬ ଗୋଟି ହରପାର୍ବତୀ ଏବଂ ଦୂର୍ଗା ମେଢ଼ କରାଯାଇଛି । କଟକ ସଦର ଥାନା ଅଞ୍ଚଳରେ ୪ଗୋଟି ଦୂର୍ଗା ମେଢ଼ ୧୭ ଟି ହରପାର୍ବତୀ ମେଢ଼ ସମେତ ସମୁଦାୟ ୨୧ ମେଢ଼, ୪୨ ମୌଜା ଥାନା ଅଞ୍ଚଳରେ ୨ଟି ମେଢ଼ ମଧ୍ୟରୁ ଗୋଟିଏ ଦୂର୍ଗା ମେଢ଼ ରହିଛି। ସେହିପରି ବାରଙ୍ଗ ଥାନା ଅଞ୍ଚଳରେ ୩ଟି ମେଢ଼ ପୂଜା କରାଯିବ । ଏହି ପ୍ରସ୍ତୁତି ବୈଠକ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର , କଟକ ଯୋନ-୪ଏସିପି ଚନ୍ଦନ ଘଡେଇ, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଚରଣ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତିବିଜୟ କୁମାର ସାହୁ,ସଂପାଦକ ପ୍ରଫୁଲ୍ଲ ସାହୁ, ୪୨ ମୌଜା ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣା, ବାରଙ୍ଗ ଥାନା ଆଇଆଇସି ଆକାଶ ରଣା, ଏନ୍ଏଚ ଟ୍ରାଫିକ ଥାନା ଆଇଆଇସି ମନୋଜ କୁମାର ବୁଲୁଙ୍ଗ ,୫୬ ନମ୍ବର ୱ।ର୍ଡ଼ କର୍ପୋରେଟର ଲିପ୍ସା ନାୟକ, ୫୭ ନମ୍ବର ୱ।ର୍ଡ଼ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ ଯୋଗଦେଇ ଉଦବୋଧନ ଦେଇଥିଲେ।

ଗୋପାଳପୁର ପୂଜା କମିଟିର ସଂପାଦକ ରାଜେଶ କୁମାର ସ୍ୱାଇଁ, ପାଇକ ସାହି ପୂଜା କମିଟିର ସଂପାଦକ ନଳୀନ କାନ୍ତ ସେନାପତି, ସଭାପତି ଦିଲିପ ସ୍ୱାଇଁ, ଡାହାଳିଆବାଗ ହରପାର୍ବତୀ ପୂଜା କମିଟିର ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ୍ ଜେନା କହିଲେ ଯେ, ଚଳିତ ବର୍ଷ ଦୂର୍ଗାପୂଜା ଭଷାଣୀ ସମୟରେ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଶତାଧିକ ମହିଳା ଭଷାଣୀ ଶୋଭାଯାତ୍ରାରେ ଯୋଗଦେବେ, ତେଣୁ ମହିଳା ପୋଲିସ ସୁରକ୍ଷା ପାଇଁ ମୁତୟନ କରିବାକୁ ଅତିରିକ୍ତ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁଶାନ୍ତ କୁମାର ମହାନ୍ତି, ଭାଣପୁର ପୂଜା କମିଟିର ସଭାପତି ପ୍ରମୋଦ କୁମାର ଓଝା, ଅଜିତ ରାଉତ, ପ୍ରତାପନଗରୀ ପୂଜା କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ବାଦଲ କୁମାର ଜେନା, ବିକ୍ରମ କେଶରୀ ଶତପଥୀ, ତେଲଙ୍ଗାପେଣ୍ଠ ବଜାର ପୂଜା କମିଟିର ସଂପାଦକ ପବିତ୍ର ମୋହନ ଶତପଥୀ , ମହିଧରପଡା ଆଞ୍ଚଳିକ ଦୂର୍ଗାପୂଜା କମିଟିର ସଭାପତି ଲିଙ୍ଗରାଜ ମହାନ୍ତି ପ୍ରମୁଖ ପୂଜା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମସ୍ୟା ସଂପର୍କରେ ମତ ରଖିଥିଲେ ।

ସମସ୍ତଙ୍କ ଅଭିଯୋଗ ଶୁଣି ସାରିବା ପରେ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଲେ ଯେ, ଡିଜେକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ମାଦକ ଦ୍ରବ୍ୟ ଖାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟା ଅନୁଷ୍ମାନ ନିଆଯିବ । ଭଷାଣୀ ସମୟ ପାରମ୍ପରିକ ବାଦ୍ୟ ସହିତ ସର୍ବାଧିକ ୬ ଗୋଟି ସାଉଣ୍ଡ ବକ୍ସ ବ୍ୟବହାର କରାଯାଇ ପାରିବ । ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ଫୋର୍ସ ମୁତୟନ କରାଯିବ । ରାସ୍ତା ଘାଟ ମରାମତି, ବିଦ୍ୟୁତ , ପାନୀୟ ଜଳ, ଟ୍ରାଫିକ ନିୟନ୍ତ୍ରଣ ଆଦି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠି କରାଯିବ । ଯେଉଁ ପୂଜା କମିଟି ଗୁଡିକ ଆଇନକୁ ସମ୍ମାନ ଦେଇ ଶୃଙ୍ଖଳିତ ଭାବେ ପୂଜା ଏବଂ ଭଷାଣୀ କାର୍ଯ୍ୟ ଶେଷ କରିବେ ସେମାନଙ୍କୁ କମିଶନରେଟ ପୋଲି ପକ୍ଷରୁ ପୁରଷ୍କୃତ କରାଯିବ । ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପୂଜା କମିଟିର ସଦସ୍ୟଙ୍କ ସହଯୋଗ ଲୋଡିଥିଲେ ଅତିରିକ୍ତ କଟକ ଡିସିପି ଅନିଲ ମିଶ୍ର । ଶେଷରେ ସଦର ଥାନର ଅତିରିକ୍ତ ଆଇଆଇସି ରୀନା ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.