“ଇସ୍ରାଏଲ ରକ୍ତମୁଖା’ ଗାଜା ଛାରକାର

0

ଓଡ଼ିଆ ନ୍ୟୁଜ, ଇସ୍ରାଏଲ: ରକ୍ତମୁଖା ପାଲଟିଛି ଇସ୍ରାଏଲ । ଆକାଶମାର୍ଗରୁ ଗାଜା ଉପରକୁ ଘନଘନ ବୋମା ବର୍ଷଣ କରିବାରେ ଲାଗିଛି ଇସ୍ରାଏଲ । ଭୀଷଣ ବୋମା ବର୍ଷାରେ ଗାଜାର ବଡ ବଡ ବିଲ୍ଡିଂ ମାଟିରେ ମିଶୁଥିବା ବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି । ୫ଦିନରେ ପହଂଚିଗଲାଣି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ମହାଯୁଦ୍ଧ । ୩ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଉଭୟ ପକ୍ଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଛାରଖାର ହୋଇଗଲାଣି ଗାଜା । ଗତକାଲି ଗୋଟିଏ ରାତିରେ ହମାସର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ବର୍ତମାନ ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ । ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟ ଧ୍ୱଂଶ କରିଛି ଇସ୍ରାଏଲ ବାୟୁସେନା । ଇସ୍ରାଏଲର ପାଲଟା ଜବାବ ସତ୍ୱେ ହମାସ୍ ମୁଣ୍ଡ ନୁଆଉ ନାହିଁ । ଓଲଟା ଇସ୍ରାଏଲୀ ପ୍ରଣବନ୍ଧୀଙ୍କୁ ନେଇ ହମାସ ଧମକାଉଛି । ପ୍ରତିଟି ବିସ୍ଫୋରଣର ପାଲଟା ଜବାବରେ ପଣବନ୍ଦୀ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି ହମାସ୍ ।

ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କୁ ପଣବନ୍ଦୀ କରି ନେଇଛି ବୋଲି ଇସ୍ରାଏଲ କହିଛି । ଗାଜା ନିକଟ, ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତରେ ହଜାର ହଜାର ଇସ୍ରାଏଲ ବାସୀଙ୍କୁ ଖାଲି କରାଯାଉଛି । ଗାଜା ସୀମାରେ ଡ୍ରୋନ୍ ଓ ଟ୍ୟାଙ୍କ ମୁତୟନ କରାଯାଇଛି ।

Leave A Reply

Your email address will not be published.