କାହିଁକି ବାଇଶି ପାହାଚରେ ପିଲାମାନଙ୍କୁ ଗଡାଇ ଥାନ୍ତି ?

0

ଓଡ଼ିଆ ନ୍ୟୁଜ,ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରହିଛି । ଭକ୍ତମାନେ ବେଢାରୁ ଭକ୍ତ ଦ୍ୱାରା ଦେଇ ପ୍ରବେଶ କରିବାକୁ ଥିବା ପାହାଚ ହେଉଛି, ବାଇଶି ପାହାଚ । ଆଉ ଭକ୍ତମାନେ ସେହି ବାଇଶି ପାହାଚରେ ନିଜ ପିଲାମାନଙ୍କୁ ଗଡାଇ ଥାନ୍ତି ।

ତେବେ, କାହିଁକି ପିଲାମାନଙ୍କୁ ବାଇଶି ପାହଚରେ ଗଡାଇ ଥାନ୍ତି ? ଆଉ କଣ ରହିଛି ଏହାର କିମ୍ବଦନ୍ତି ? ଜଗତର ନାଥ ଶ୍ରୀଜଗନ୍ନାଥ ବଡ ରହସ୍ୟମୟ, ସେମିତ ରହସ୍ୟ ତାଙ୍କ ବାଇଶି ପାହଚ । କିମ୍ବଦନ୍ତି ଅନୁଯାୟୀ, ରାଜା ଭନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ସୁନନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ । ରାଜା ତାଙ୍କ ପୁତ୍ର ସନ୍ତାନର ଜାତକ ତିଆରି କରିବା ବେଳେ ଜାଣିଲେ ଯେ, ତାଙ୍କ ପୁତ୍ରର ଆୟୁଷ କେବଳ ୨୨ ବର୍ଷ ରହିଛି ।

ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଅଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ । ଜମ୍ବେଶ୍ୱ ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ଏହାପରେ ରାଜା ବାଇଶି ପାହାଚ ନିର୍ମାଣ କଲେ । ଏହାପରେ ସନ୍ତାନର ଆୟୁ ବୃଦ୍ଧି ପାଇଁ , ସେହି ବାଇଶି ପାହାଚରେ ଗଡାଇ ଦେଇଥିଲେ । ସେଥିପାଇଁ, ଶ୍ରଦ୍ଧାଳୁମାନେ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡାଇ ଦେଇଥାନ୍ତି । ତେବେ ଏହି ବାଇଶି ପାହାଚରେ ମଧ୍ୟ ନାମ ରହିଛି ।

Leave A Reply

Your email address will not be published.