ଗୋଟିଏ ଦିନରେ ପୃଥକ ସ୍ଥାନରେ ୩ ଜଣଙ୍କ ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ, ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ପୃଥକ୍ ପୃଥକ୍ ସ୍ଥାନରେ ତିନି ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ।ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଥିବା ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସ୍ବେଛାସେବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆତ୍ମହତ୍ୟା ବ୍ୟାଧି ରୋଗ ପାଇଁ ଆଜିଯାଏଁ କିଛି ବ୍ୟବସ୍ଥା ହୋଇ ପାରିଲା ନାହିଁ । ଆର୍ଥିକ, ପାରିବାରିକ କଳହ,ପ୍ରେମ ଜନିତ ବ୍ୟାପାର, ସରକାରୀ ଅଫିସରେ କାର୍ଯ୍ୟ ଚାପ, ବେସରକାରୀ କାର୍ଯ୍ୟାଳୟରେ ଚାପ ,ଋଣ କାରବାର, ମୋବାଇଲର ବିଭିନ୍ନ ଭିଡିଓ କୁ ନେଇ କଳହ ଓ ନିଜ ଦେହକୁ ନେବାବିଭିନ୍ନ ପରିସ୍ଥିତିରେ ନେଇ ମଣିଷ ଦୁର୍ଲଭ ମୂଲ୍ୟବାନ ଜୀବନକୁ ନିମିଷେ ମାତ୍ରେ ହରାଇବାକୁ ପଛାଉ ନାହାନ୍ତି।

ସୂଚନା ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଢ଼ା ଗ୍ରାମର ରୁବେନ୍ଦ୍ର ମହାରଣା (୩୮) କୌଣସି ନା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରୁବେନ୍ଦ୍ର ଗତ ଶୁକ୍ରବାର ଦିନ ମଧ୍ୟ ଘରଛାଡି ପଳାଇ ଯାଇଥିଲେ ଆଉ ଘରକୁ ଫେରିନଥିଲେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଆଜି ଗ୍ରାମ ନିକଟସ୍ଥ ଏକ ବିଲ ମଝିରେ ଥିବା ଗଛରେ ତାଙ୍କର ମୃତ ଦେହ ଝୁଲୁ ଥିବାର ଦେଖିବାକୁ ପାଇ ଗ୍ରାମବାସୀମାନେ ଗୋରୁମହିଷାଣୀ ଥାନାରେ ସୂଚନା ଦେଇଥିଲେ।ଗୋରୁମହିଷାଣୀ ଥାନ ଅଧିକାରୀ ଲମ୍ବଦର ବାରିକ ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଏନେଇ ଗୋରୁମହିଷାଣୀ ଥାନାରେ କେଶ୍ ନଂ ୧୯/୨୩ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖନା ଗ୍ରାମ ପଞ୍ଚାୟତ ବଡ଼ଗାଁ ଗ୍ରାମର ବାଦଲ ମାଝୀଙ୍କ ପୁଅ ଆକାଶ(୨୭) ଆଜି ସନ୍ଧ୍ୟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଶବକୁ ଉଦ୍ଧାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ୍ ଖବର ପାଇବା ପରେ ଚିକିତ୍ସାଳୟରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି ।
ସେହିପରି ତିରିଂ ଥାନା ଅନ୍ତର୍ଗତ ତିରିଂ ଗ୍ରାମର ଭରତ ଚନ୍ଦ୍ର ମହାନ୍ତ (୫୭) ଆଜି ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ତିରିଂ ପୋଲିସ୍ କେସ ନଂ ୧୮/୨୩ ରେ ଏକ ଅପମୃତ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତାସହିତ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.