ବିହାରରେ ବଡ଼ ଟ୍ରେନ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ, ବିହାର : ଥମିବାରନାଁ ନେଉ ନାହିଁ ଟ୍ରେନ ଦୁର୍ଘଟଣା। ଗୋଟେ ପରେ ଗୋଟେ ଜୀବନ ନେଉଛି ଲୌହଦାନବ । ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ।ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଯିବାରୁ ଏଥିରେ ୪ ଜଣଙ୍କ ଜୀବନ ଯାଇଛି ଏବଂ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ପାଟନା ଏମ୍ସ ସ୍ଥାନାନ୍ତର କରାଯାଇଛି । ବୁଧବାର ରାତି ପାଖାପାଖି ୯ଟା ୩୫ ମିନିଟ୍ ସମୟରେ ରଘୁନାଥପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏହି ଟ୍ରେନ ଦିଲ୍ଲୀରୁ ଆସାମର କାମାକ୍ଷାକୁ ଯାଉଥିଲା । ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।ସୂଚନା ମୁତାବକ, ଟ୍ରେନ ନମ୍ବର ୧୨୫୦୬ ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ରାତି ୭ଟା ୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ବାହାରି ଆସାମ ଅଭିମୁଖେ ଯାଉଥିଲା । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏନେଇ ଇଷ୍ଟ ସେଣ୍ଟ୍ରାଲ୍‌ ରେଲୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବୀରେନ୍ଦ୍ର କୁମାର କହିଛନ୍ତି, ଏହି ଦୁର୍ଘଟଣାରେ ୫୦ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଥମେ ସୂଚନା ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ପାଟନା ଏମ୍ସ ସ୍ଥାନାନ୍ତର କରାଯାଇଛି ।

 

ସକାଳ ୭.୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍‌ରୁ ୨୩ଟି କୋଚ୍ ଥିବା ଏହି ଟ୍ରେନ୍‌ କାମାଖ୍ୟା ଅଭିମୁଖେ ୩୩ଘଣ୍ଟିଆ ଯାତ୍ରା ଆରମ୍ଭ କରିଥିଲା।ବକ୍ସର୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମନୀଷ କୁମାର ଗଣମାଧ୍ୟମକୁ କହିଛନ୍ତି, ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।ରେଳବାଇ ପୁଲିସ ଫୋର୍ସର ଜଣେ ଅଧିକାରୀ କହିଛନ୍ତି ଆହତ ହୋଇଥିବା ଅନ୍ୟୂନ ୭୦ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଗୁରୁତର ଆହତ ହୋଇଥିବା ଯାତ୍ରାମାନଙ୍କୁ ତୁରନ୍ତ ପାଟନାସ୍ଥିତ ‘ଏମ୍‌ସ୍‌’କୁ ପଠାଇ ଦିଆଯାଇଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଆମ୍ବୁଲାନ୍‌ସ୍‌ ଓ ଡାକ୍ତର ପଠାଯାଇ ଘଟଣାସ୍ଥଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜନସ୍ଥାନାନ୍ତରଣ ଓ ଉଦ୍ଧାର ଅଭିଯାନ ଶେଷ ହୋଇଛି। ମୃତ ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରି ସେ କହିଛନ୍ତି, ଧାରଣାଚ୍ୟୁତିର ମୂଳ କାରଣ ଜାଣିବା ପାଇଁ ସରକାର ତଦନ୍ତ ଆରମ୍ଭ କରାଇଛନ୍ତି।
ଏହାଛଡ଼ା, ଉକ୍ତ ରେଳପଥ ଦେଇ ଚଳାଚଳ କରୁଥିବା ଅନ୍ୟୂନ ୨୧ଟି ଟ୍ରେନ୍‌ର ପଥ ପରିବର୍ତ୍ତନ କରାଯାଇଛି ଓ ଅନ୍ୟୂନ ୨ଟି ଟ୍ରେନ୍‌ ବାତିଲ କରାଯାଇଛି।

Leave A Reply

Your email address will not be published.