ଓଡ଼ିଆ ନ୍ୟୁଜ, ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ନରେନ୍ଦ୍ର ମୋଦୀ । ସକାଳୁ ଉତ୍ତରାଖଣ୍ଡରେ ଶିବ ସାଧନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେବଭୂମି ରେ ପହଞ୍ଚି ପ୍ରଥମେ ପିଥୋରଗଡରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସକାଳ ପ୍ରାୟ 9ଟା 30ରେ ପ୍ରଧାନମନ୍ତ୍ରୀ ପିଥୋରଗଡ଼ରେ ପହଞ୍ଚିଥିଲେ ।
ଏହାପରେ ସେଠାରେ ଥିବା ପାର୍ବତୀ କୁଣ୍ଡ ଦର୍ଶନ କରି ପ୍ରାର୍ଥନା କରିଥିଲେ । ସର୍ବଦା ପୋଷାକ ପାଇଁ ଚର୍ଚ୍ଚାକୁ ଆସୁଥିବା ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଆଧ୍ୟାତ୍ମିତ ପୋଷାକ ପରିଧାନ କରି ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରି ଜଳଲାଗି ଓ ଆଳତୀ କରିଥିବା ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡି ଅଫ ହ୍ବାଇଟ୍ କୁର୍ତ୍ତା ପରିଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଶଙ୍ଖ ଫୁଙ୍କିବା ସହ ପ୍ରଧାନମନ୍ତ୍ରୀ ଡମ୍ବୁରୁ ମଧ୍ୟ ବଜାଇଥିବା ଦେଖିବାକୁ ମିଳିଛି । ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦୀ । ଏହା ପରେ ପ୍ରଧାନମନ୍ତ୍ରୀ ସେନା ଓ ଆଇଟିବିପି ଯବାନଙ୍କ ସହ ଆଲୋଚନା କରିବେ ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ ୪୨ ଶହ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।