ଖୋକା ଭାଇଙ୍କୁ ଖୋଜୁଛି ଓଡିଶା

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଅକ୍ଷୟ ମହାନ୍ତି, ଓଡିଆ ସଙ୍ଗୀତ ଜଗତର ମଉଡମଣି । ଯାହାଙ୍କ ବିନା ଓଡିଆ ସଙ୍ଗୀତ ଅଧୁରା । ସେ କବିତା ହେଉକି ଗଳ୍ପ ବା ଉପନ୍ୟାସ ସବୁଥିରେ ସେ ଦକ୍ଷତା ହାସଲ କରିଥିଲେ । ଓଡିଆ ସଙ୍ଗୀତ ଜଗତର ବାଦଶାହ, ଏଭରଗ୍ରୀନ ଅକ୍ଷୟ ମହାନ୍ତି ବା ଖୋକା ଭାଇଙ୍କ ଆଜି ଜନ୍ମ ଜୟନ୍ତୀ । ସୃଜନର ଯେଉଁ ଧାରାରେ ଅକ୍ଷୟ ମହାନ୍ତି ପାଦ ଦେଇଛନ୍ତି ସେଠାରେ ସେ ସୃଷ୍ଟି କରିଛନ୍ତି ନିଜସ୍ୱ ଏକ ସାମ୍ରାଜ୍ୟ ।

ଆଜି ଯାଏ ମଧ୍ୟ ତାଙ୍କ ସଙ୍ଗୀତର ମଧୁର ସ୍ୱର ପ୍ରତିଟି ଓଡିଆ ସଙ୍ଗୀତ ପ୍ରେମୀଙ୍କ ମନରେ ରହିଛି । ତାଙ୍କର ମୃତୁ୍ୟ ନାହିଁ । ତାଙ୍କୁ ଚିର ଦିନ ପାଇଁ ଅମର ରଖିଛି ତାଙ୍କର ସଙ୍ଗୀତ । ସେଥିପାଇଁ ତ ସେ ଅକ୍ଷୟ । ସେ ଯାଯାବର, ଫୁଲଚନ୍ଦନ, ଦଣ୍ଡାବାଳୁଙ୍ଗା, ଜାଇଫୁଲ, ଜଗା ହାତରେ ପଘା, ସହରୀ ବାଘ, ମମତା ମାଗେ ମୁଲ, ଶଙ୍ଖା ସିନ୍ଦୂର ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିଦେ୍ର୍ଦଶନା ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଖୋକା ଭାଇ । ଆଜି ହେଉଛି ଚିରସବୁଜ ଗାୟକ, ଗୀତିକାର, ସଙ୍ଗୀତକାର ସାହିତ୍ୟିକ, ଅଭିନେତା ଓ ନିର୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ।

ଅକ୍ଷୟ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏଣେ ପ୍ରଶାନ୍ତ ବି କେତେକକ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଛବିର ନିର୍ଦେଶକ। ହେଲେ ସଙ୍ଗୀତକାର ଭାବେ ଅକ୍ଷୟ ମହାନ୍ତି ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ କେବଳ ଗୋଟିଏ ଓଡ଼ିଆ ଛବିରେ କାମ କରିଥିଲେ। ଏହି ସିନେମା ହେଲା ୧୯୮୩ରେ ମୁକ୍ତିଲାଭ କରିଥିବା ‘ସ୍ୱପ୍ନ ସାଗର’। ଏଥିରେ ଗୀତ ରଚନା କରିଥିଲେ ନିଜେ ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟ।

Leave A Reply

Your email address will not be published.