ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆମେ ଦୈନନ୍ଦିନ ଜୀବନରେ ଅନେକ ଜିନିଷ ବ୍ୟବହାର କରିଥାଉ । ଆଉ ସେସବୁ ଜିନିଷର ନାମକରଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ସେଗୁଡିକ ମଧ୍ୟରୁ ଏମିତି କିଛି ବସ୍ତୁ ରହିଛି ଯାହାର ନାମକରଣ ପଛର କାରଣ ଆମକୁ ଜଣାନଥାଏ । ସେହି ବସ୍ତୁଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଆମେ ନିତିଦିନ ବ୍ୟବହାର କରୁଥିବା ଆଇରନ ବା ଇସ୍ତ୍ରୀ ।
ତେବେ ଆପଣ କେବେ ଜାଣିଛନ୍ତି କିମ୍ବା ଜାଣିବାକୁ ଚେଷ୍ଟା କରିଛନ୍ତି କି ଆମେ ପ୍ରତିଦିନ ବ୍ୟବହାର କରୁଥିବା ଆଇରନକୁ ଇସ୍ତ୍ରୀ ବୋଲି କାହିଁକି କୁହାଯାଏ । ତେବେ ଆସନ୍ତୁ ଜାଣିବା ଆଇରନକୁ ଇସ୍ତ୍ରୀ କହିବା ପଛରେ ଥିବା କାରଣ ବିଷୟରେ । ସୋସିଆଲ ମିଡିଆରେ ଏନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ଜଣେ ୟୁଜର ଏହା ପଛର କାରଣ କହିଛନ୍ତି । ଆମେ ସମସ୍ତେ ପ୍ରତିଦିନ ଏହି ଶବ୍ଦ ଶୁଣୁଛନ୍ତି ନିଶ୍ଚୟ । କିନ୍ତୁ ଏହି ଇସ୍ତ୍ରୀ ଶବ୍ଦ ଆସିଲା କେଉଁଠୁ ସେନେଇ ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ । ତେବେ ଆମେ କହୁଥିବା ଇସ୍ତରୀ ବା ଇସ୍ତ୍ରୀ ଏକ ଭାରତୀୟ ଶବ୍ଦ ନୁହେଁ । ଯେତେବେଳେ ପର୍ତୁଗୀଜମାନେ ଭାରତକୁ ଆସିଥିଲେ ସେମାନେ ନିଜ କପଡାରୁ ଭାଙ୍ଗ ହଟାଇବା ପାଇଁ ଲୁହା ମଧ୍ୟ ସେମାନଙ୍କ ସହ ଆଣିଥିଲେ । ସେମାନେ ପ୍ରଥମେ ଏହାକୁ ଇସ୍ତକାର ବୋଲି କହୁଥିଲେ । ଏହା ସ୍ପେନିଶ ଭାଷାରେ ଯାଇ ଇସ୍ତରାରରେ ପରିଣତ ହେଲା । ଆଉ ଏହାକୁ ଯେତେବେଳେ ଭାରତୀୟମାନେ ବ୍ୟବହାର କଲେ, ସେତେବେଳେ ଏହା ଇସ୍ତରୀ ବା ଇସ୍ତ୍ରୀରେ ପରିବର୍ତିତ ହୋଇଥିଲା ।
ତେବେ ସେତେବେଳେ ଇଂରେଜମାନେ ବ୍ୟବହାର କରୁଥିବା କପଡାକୁ ଧୋଇବା ପରେ ଇସ୍ତ୍ରୀ ବା ଆଇରନ କରିବାକୁ ପଡୁଥିଲା । କିନ୍ତୁ ଭାରତୀୟମାନେ ପିନ୍ଧୁଥିବା ଧୋତୀ ଏବଂ ଶାଢୀକୁ ଇସ୍ତ୍ରୀ କରିବାର କୌଣସି କାରଣ ନଥିଲା । ଏହାପରେ ଧିରେଧିରେ ଭାରତୀୟମାନେ ଏହି ଇସ୍ତ୍ରୀକୁ ବ୍ୟବହାର କରିବା ଆରମ୍ଭ କରିବା ସହ ଏହାର ନାମ ମଧ୍ୟ ପରିବର୍ତନ କରି ଇସ୍ତ୍ରୀ ବୋଲି ଉଚ୍ଚାରଣ କଲେ । ଠିକ ସେହିପରି ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ବସ୍ତୁର ନାମକରଣ ପଛରେ କିଛି ନା କିଛି କାରଣ ନିଶ୍ଚୟ ରହିଥାଏ ।