ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, ରାୟଗଡ : ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହ ଠାରେ ପୂଜା ଓ ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ସ୍ୱତନ୍ତ୍ର ଅଧିକାରୀ ଗୌରୀ ଚନ୍ଦ୍ର ଦାସ ସଂଯୋଜନା କରିଥିଲେ । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଆଗକୁ କାଳୀପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଦି ପାଳନ ସମୟରେ ସରକାରଙ୍କ ନିର୍ଦ୍ଧାରିତ ନିୟମ ପାଳନ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ।

ମୂର୍ତ୍ତି ଉଚ୍ଚତା, ବ୍ୟବହାର ରଙ୍ଗ, ମେଢ଼ରେ ବ୍ୟବହାର ହେବାକୁ ଥିବା ପଲିଥିନ, ବିସର୍ଜନ ସମୟରେ ଶୃଙ୍ଖଳା ରକ୍ଷା, କମ ଶବ୍ଦ ବିଶିଷ୍ଟ ବାଜା, ନଦୀ ପୋଖରୀରେ ମୂର୍ତ୍ତି ବିସର୍ଜନ ନକରି ଅସ୍ଥାୟୀ ପୋଖରୀରେ ବିସର୍ଜନ, ବିସର୍ଜନ ପରେ ବଳିପଡିଥିବା ବର୍ଜ୍ୟ ଵସ୍ତୁ ପରିଚାଳନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୂର୍ତ୍ତିର ଉଚ୍ଚତା 20ଫୁଟ ରହିବା ଓ ମାଟି ମୂର୍ତ୍ତି ତିଆରି, ପାଣି ରଙ୍ଗ ବ୍ୟବହାର, ମାଟିରେ ମିଶିଯାଉଥିବା କାଗଜ ସାଜସଜ୍ଜା କରିବା, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପଞ୍ଚାୟତ ତରଫରୁ ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ନିମନ୍ତେ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା ।

 

କମ ଶବ୍ଦ ବିଶିଷ୍ଟ ବାଜା ବ୍ୟବହାର କରିବା ଓ ଅମାନ୍ୟ କଲେ ସରକାରଙ୍କ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଉପ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିବା ସହ ସମସ୍ତ ତହସିଲଦାର ଓ ଥାନା ନିରୀକ୍ଷକ ମାନେ ଯତ୍ନବାବ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.