ଉଦ୍ଧାର ହେଲା ବିଶାଳକାୟ କୁମ୍ଭୀର

0

ଓଡ଼ିଆ ନ୍ୟୁଜ, ବାଲେଶ୍ୱର :ତାଳସାରୀ ବେଳାଭୂମିରେ ୧୩ ଫୁଟ୍ ର କୁମ୍ଭୀର । କୁମ୍ଭୀର ଦେଖି ଆତଙ୍କିତ ଲୋକେ । ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ମୂରଲୀଚଡ ରୁ ଉଦ୍ଧାର ହୋଇଛି ବିଶାଳକାୟ କୁମ୍ଭିର । ରିପୋର୍ଟ ଅନୁଯାୟୀ ତାଳସାରୀ ଅଞ୍ଚଳର କିଛି ମତ୍ସ୍ୟଜୀବି ବଙ୍ଗୋପସାଗର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ।

ମାଛ ଧରି ଫେରୁଥିବା ବେଳେ ସମୁଦ୍ର ମଝିରେ ଥିବା ମୁରଲୀଚଡ ନାମକ ଏକ ଦୀପରେ କିଛି ସମୟ ବିଶ୍ରାମ ନେବା ପାଇଁ ଅଟକି ଥିଲେ । ଏହି ସମୟରେ ଜଣେ ମତ୍ସ୍ୟଜିବୀ ସେଠାରେ ପଡିଥିବା ଏକ କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସିବାକୁ ଯାଉଥିଲା ବେଳେ ହଠାତ କୁମ୍ଭୀରଟି ପାଟି ମେଲାଇ ମତ୍ସଯିବିକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ତେବେ ମତ୍ସ୍ୟଜିବୀ ଜଣକ ଚିତ୍କାର କରି ସେଠାରୁ ଦୌଡ଼ି ଯାଇ ସାଥି ମତ୍ସ୍ୟଜୀବକୁ ଜଣାଇବା ପରେ ରସି ସାହାଯ୍ୟରେ କୁମ୍ଭୀରଟିକୁ ମତ୍ସ୍ୟଜୀବି ମାନେ କାବୁ କରିଥିଲେ । ଏହାପରେ ମତ୍ସ୍ୟଜିବୀ ମାନେ ଭୋଗରାଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭୋଗରାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭିର କୁ ଉଦ୍ଧାର କରିଥିଲେ । ଏହି ବିଶାଳକାୟ କୁମ୍ଭିର ଦେଖିବା ପାଂଇ ଶତାଧିକ ଲୋକେ ଭିଡ଼ ଜମାଇ ଥିଲେ ।

ତେବେ କୁମ୍ଭୀରର ଲମ୍ବ ୧୩ ଫୁଟ ହୋଇଥିବା ବେଳେ ଏହା ଘଡିଆଳି ପ୍ରଜାତିର କୁମ୍ଭୀର ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତାଳସକ୍ଷରୀ ଏବଂ ଉଦୟପୁର ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ୟ୍ୟଟକ ଗାଧୋଉ ଥିବାବେଳେ ପ୍ରଥମ ଥର ପାଇଁ ବେଳାଭୂମିରେ କୁମ୍ଭୀରକୁ ଦେଖି ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.