ଆଜି ଭାରତକୁ ଭେଟିବ ପାକିସ୍ତାନ

0

ଓଡ଼ିଆ ନ୍ୟୁଜ,ନୂଆଦିଲ୍ଲୀ : ଚାଲିଛି କ୍ରିକେଟ ବିଶ୍ୱକପ୍ । ଆଉ ଟୁର୍ଣ୍ଣାମେଂଟର ଯେଉଁ ମ୍ୟାଚକୁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ, ତାହା କିଛି ସମୟ ପରେ ଆରମ୍ଭ ହେବ । ଅର୍ଥାତ ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ମ୍ୟାଚ । ଆଜି ମଧ୍ୟାହ୍ନ ୨ଟା ବେଳେ ଦୁନିଆର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍, ନରେନ୍ଦ୍ରମୋଦୀ ଷ୍ଟାଡିୟମ୍ରେ ଖେଳାଯିବ । ଆଜି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବେ ।

ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅହମ୍ମଦାବାଦରେ ପଂହିଚିଛନ୍ତି । ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଏବଂ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଛି । ସେହିପରି ପାକିସ୍ତାନ ଯଥାକ୍ରମେ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଅଧିନାୟକ ରୋହିତ୍ ଶର୍ମା, ଆଫଗାନିସ୍ତାନ ବିପକ୍ଷରେ ଶତକ ମାରି ଫର୍ମକୁ ଫେରିଛନ୍ତି । ତେବେ ସମସ୍ତଙ୍କ ନଜର ରହିବ ଶୁଭମନ ଗିଲଙ୍କ ଉପରେ । ଡେଙ୍ଗୁରେ ଆକ୍ରାନ୍ତ ହେବା ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ ଏହି ଯୁବ ଓପ୍ନର । ଆଜି ମ୍ୟାଚରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ପାକିସ୍ତାନ ବିପକ୍ଷରେ ବିରାଟ୍ କୋହଲି ନିଜର ସୁପର୍ ଫର୍ମ ବଜାୟ ରଖିବାକୁ ଚାହିଁବେ । ବୋଲିଂରେ ଯଶପ୍ରୀତ ବୁମରାଙ୍କ ଉପରେ ରହିବ ସମସ୍ତ ନଜର ।

 

ସେହିପରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପ୍ରଥମ ଦୁଇଟି ମ୍ୟାଚରେ ସେଭଳି ରନ୍ ବାହାରି ନାହିଁ । ଭାରତ ବିପକ୍ଷରେ ସେ ଫର୍ମକୁ ଫେରିବେ ବୋଲି ଆଶାବାଦୀ ଅଛନ୍ତି । ସେପଟେ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ୱକପ୍ ରେକର୍ଡ ବଜାୟ ରଖୁଛି କି ନାହିଁ, ତାହା ମ୍ୟାଚ୍ ପରେ ଜଣାପଡ଼ିବ ।

Leave A Reply

Your email address will not be published.