ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର :ଏଥର ଦଶହରା ଛୁଟି ୮ଦିନ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକର ଆଜି ଠାରୁ ଛୁଟି ଘୋଷଣା କରିଛନ୍ତି । ମହାଳୟା ପାଇଁ ଆଜି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ ।
ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ ପାଇଛି । ଚଳିତବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି ।ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ଘୋଷଣା କରିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଜି ଅର୍ଥାତ ଶନିବାର ମହାଳୟା ପାଇଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଚଳିତବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି । ଏଥି ସହିତ ଚଳିତ ଦୁର୍ଗାପୂଜା(ଦଶହରା) ଛୁଟି ନେଇ ଗଣଶିକ୍ଷା ବିଭାଗ ଛୁଟି ତାଲିକା ପ୍ରକାଶ କରିଛି ।
ଗଣଶିକ୍ଷା ବିଭାଗର ନୋଟିସ୍ ଅନୁସାରେ ଆସନ୍ତା ୨୦ ତାରିଖରୁ ୨୯ ତାରିଖ ପର୍ୟ୍ୟନ୍ତ ପୂଜା ଛୁଟି ରହିବ। ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ଦିନ ରହିବ।