ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡ଼ା : ପୁଲିସ ବାବୁ ମୋତେ ନ୍ୟାୟ ଦିଅନ୍ତୁ, ମୋତେ ଟିକେ ବଞ୍ଚିବାର ରାସ୍ତା ଦେଖେଇଦିଅନ୍ତୁ। ମୋତେ କହିଲା ତୁ ଏଠି ମରେ ମୁ ଚାଲିଲି। ମୋର ସବୁ ଭତ୍ତା ଟଙ୍କା ଅନ୍ୟ ଜିନିଷ ପତ୍ର ନେଇ କୁଆଡେ ପଳେଇଯାଇଛନ୍ତି। ମୋତେ ସବୁବେଳେ ମାର ଧର କରେ ପଡିସା ଲୋକଙ୍କୁ ମଧ୍ୟ ମୋ ବୋହୁ ଗାଳି ଗୁଲଜ କରେ।
ମୋତେ ଘରେ ତାଲା ମାରି ଛାଡି ପଳେଇଯାଇଛି, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ପଞ୍ଚାୟତ ଠାକୁରସାହି ଗାଁ ର ଅସହାୟ କାର୍ତିକ ସେଠୀ ଆଜି ବୃଦ୍ଧ ଅବସ୍ଥା ରେ ପୁଅ ବୋହୂ ଙ୍କ ଦ୍ୱାରା ନାନା ନିର୍ଯ୍ୟାତନା ର ଶିକାର ହୋଇ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। 82 ବର୍ଷ ର ଵୃଦ୍ଧା ଅଭିଯୋଗ କରିଛନ୍ତି କି ମୋର ବୋହୁ ଲିଲିମ ସେଠୀ ଓ ପୁଅ ମିଲୁରଞ୍ଜନ ସେଠୀ ମୋତେ ମାର ଧର କରି ମୋର ସବୁ ଟଙ୍କା ପଇସା ଧରି ଘର ଛାଡି ପଳେଇଯାଇଛନ୍ତି। ଦୁଃଖ ସହି ନପାରି ପୁତୁରା ବୋହୁ ଵୃଦ୍ଧା ଲୋକକୁ ଖାଇବାକୁ ଗଣ୍ଡେ ଦେଲା ବୋଲି ତାଙ୍କ ନାମରେ ଲିଳିମା ସେଠୀ ଓଲଟି ଥାନାରେ ଏଫାୟାରକରିଛନ୍ତି। ଅପର ଗ୍ରାମବାସୀ ମାନେ ବୁଢାକୁ ମାଗି ଆଣି ଗଣ୍ଡେ ଖାଇବାକୁ ଦେଉଛନ୍ତି ।
ମୋର ସାନ ଭାଇ ର ପୁଅ ଓ ପୁତୁରା ବୋହୁ ମୋର ଦୁଃଖ ସହି ନ ପାରି ମୋତେ ଭଲ ମନ୍ଦ ବୁଝିବାରୁ ଓଲଟି ତାଙ୍କ ନାମରେ ଥାନାରେ ମିଛ ଅଭିଯୋଗ କରିଛି। ଏଣୁ ମୁ ଆଜି ଥାନାରେ ଅଭିଯୋଗ କରିବାକୁ ଆସିଛି ମୋତେ ନ୍ୟାୟ ଦିଅନ୍ତୁ,ମୁ କେମିତି ବଞ୍ଚିବି, ମୋର ଏ ବୃଦ୍ଧ ଅବସ୍ଥା ରେ କିଏ ମୋ ସେବା କରିବ ତାର ଟିକେ ସୁବିଧା କରିଦିଅନ୍ତୁ ଥାନାବାବୁ।