ଶିଳ୍ପୀ କୁମ୍ଭାର ସାହି ମୂର୍ତ୍ତି କାରିଗର ମାନଙ୍କ ପକ୍ଷରୁ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

0

ଅଭିନେତା ମିହିର ଦାସ ଆଉ ଆମ ଗହଣରେ ନାହାନ୍ତି । ମଥୁରା ବିଜୟରୁ କ୍ୟାରିଅର ଆରମ୍ଭ କରିଥିବା ଭେଟେରାନ୍ ଅଭିନେତା ମିହିର ଦାସ ଆଜି ୬୩ ବର୍ଷ ବୟସରେ ଜୀବନ ମୃତ୍ୟୁର ଯୁଦ୍ଧରେ ପରାଜୟ ହୋଇଯାଇଛନ୍ତି । ସମୟର ଚକାଭଉଁରୀରେ ଜୀବନ ମୃତ୍ୟୁ ଖେଳରେ ହାରିଗଲେ ଠିକ ଏକ ମାସ ପୂର୍ବରୁ, ଓଲିଉଡର ଏହି ବାଜିଗର ।

ତେବେ ସ୍ଵର୍ଗତ ମିହିର ଦାସ ଙ୍କର ୬୩ ତମ ଜନ୍ମଦିନଅବସରରେ ଶିଳ୍ପୀ କୁମ୍ଭାର ସାହି ମୂର୍ତ୍ତି କାରିଗର ମାନଙ୍କ ପକ୍ଷରୁ ମାଟିରେ ତିଆରି ମିହୀରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଚଳଚ୍ଚିତ୍ର ଜଗତର କଳାକାର ସିଦ୍ଧାନ୍ତ ମହାପାତ୍ର, ଶ୍ରିତମ ଦାସ, କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ତଥା କଟକର ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିଲେ

Leave A Reply

Your email address will not be published.