ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ଵ ରେଡ଼ିଓ ଦିବସ ୨୦୧୨ରୁ ଓଡ଼ିଶାରେ ପାଳିତ କରାଯାଉଛି । ବିଶ୍ଵ ରେଡ଼ିଓ ଦିବସର ଏବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ ଅସ୍ତିତ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ୟୁନିଟ ୨ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହି ବିଶ୍ବ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ବିଧାନ ସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟର ସୁନାମଧନ୍ୟ WEBଡିଜାଇନର ତଥା ଗଣମାଧ୍ୟମ ଆକ୍ଟିଭିଷ୍ଟ ଇଞ୍ଜିନିଅର ବିରେନ ଦାସ, ଭାରତ ସରକାରଙ୍କର ସୂଚନା ଓ ପ୍ରସାର ବିଭାଗର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ପୋଗ୍ରାମ କୋଅର୍ଡିନେଟର ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ଜେନା, ଓଡିଶା ସରକାରଙ୍କ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମର ବରିଷ୍ଠ ପ୍ରବନ୍ଧକ ସୁଶ୍ରୀ ସଂଯୋଗୀତା ମିଶ୍ର ଯୋଗଦେଇ, ରେଡ଼ିଓର ଉପକାରିତା, ନିରବଛିନ୍ନ ଭାବେ ଗ୍ରାମୀଣ ଓ ସାରାରାଞ୍ଚଳର ଲୋକମାନଙ୍କ ସହିତ ନିବିଡ ଭାବରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମଟିକୁ ପରିବେଶବିତ୍ ରୋଟାରୀଆନ ପ୍ରଫେସର ଡ଼ ଅଚ୍ୟୁତାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅସ୍ତିତ୍ଵ ଓ PECT ତରଫରୁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ପ୍ରତିଯୋଗୀମାନେ ଓଡ଼ିଆ ବାହାରୁ ମଧ୍ୟ ରେଡ଼ିଓ ସହ ସେଲ୍ଫି ପଠାଇ ପୁରସ୍କାର ପାଇଥିଲେ । କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀଙ୍କୁ ସମ୍ମାନିତ କରାଯାଇଥିଲା ଓ କେତେକ ପ୍ରତିଯୋଗୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଉପହାର ଦେଇ ରେଡ଼ିଓ ସହ ତାଙ୍କର ସମ୍ପର୍କକୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରକାର ରେଡ଼ିଓର ଫଟୋ ଦ୍ବାରା ଲୋକମାନଙ୍କୁ ରେଡ଼ିଓ ପ୍ରତି ଆଗ୍ରହ କରାଯାଇଥିଲା।